ଆସନ୍ତା ୧୭ ରୁ ୧୯ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ପାଇଁ ଟୀକାକରଣ

  • ୨ୟ ପର୍ୟ୍ୟାୟରେ ସୋନପୁର ମୁନିସିପାଲିଟିର ୪ଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ସୋନପୁର ମୁନିସିପାଲିଟିର ୩ ଗୋଟି ସ୍ଥାନରେ ବ୍ୟବସ୍ଥିତ ୫ଟି ଟୀକାକରଣ କେନ୍ଦ୍ର ଯଥା; ସଂସ୍କୃତି ଭବନ(୨ଟି କେନ୍ଦ୍ର), ରାଜ ମହାବିଦ୍ୟାଳୟ, ସୋନପୁର(୨ଟି କେନ୍ଦ୍ର) ଓ ମାରୱାଡି ଧର୍ମଶାଳା ଭଗବତୀପ୍ଲଟ, ସୋନପୁର, (ଗୋଟିଏ କେନ୍ଦ୍ର)ରେ ଟୀକାକରଣ ହେବାକୁ ଥିବାବେଳେ ଆସନ୍ତା ୧୭ ଓ ଆସନ୍‌ନ୍ତା ୧୮ରେ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ବ୍ୟବସ୍ଥିତ ୨ଟି କେନ୍ଦ୍ରରେ ୨ଦିନ ଟୀକାକରଣ ଚାଲୁରହିବ । କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା ୧୮ ରୁ ୪୪ ବର୍ଷର ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ ।


ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା(ମୋବାଇଲ ମେସେଜ/ଚିଠାର ହାର୍ଡ କପି)ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୯ରୁ ସନ୍ଧ୍ୟା ୫ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ଟୀକାନେବା ନିମନ୍ତେ ୧୮ରୁ ୪୪ ବର୍ଷ ପାଇଁ ଯେଉଁମାନେ ଅନଲାଇନରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଅନୁରୋଧ । ଆସନ୍ତା ୧୬ ସକାଳ ୯ ଘଂଣ୍ଟାରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।

Leave A Reply

Your email address will not be published.