om academy

ମ.ରାମପୁରରେ ଯୋଗଦେଲେ ନୂତନ ଥାନା ଅଧିକାରୀ

jsm

କଳାହାଣ୍ଡି, (ପି କେ ସାହୁ) : ମ.ରାମପୁର ଥାନାରେ ନୂତନ ଥାନାଧିକାରୀ ଭାବରେ ଜୟଦେବ ତାରିଣୀ ଯୋଗ ଦେଇଛନ୍ତି । ସେ ଏଥି ପୂର୍ବରୁ ମୋହନଗିରୀ ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ । ମ.ରାମପୁରରେ ଥିବା ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କୁ ଭବାନୀପାଟଣା ବଦଳି କରାଯାଇ ଜୟଦେବ ତାରିଣୀଙ୍କୁ ମ.ରାମପୁର ଥାନାଧିକାରୀ ଭାବରେ ଅବସ୍ଥାପିତ କରାଯାଇଛି । ତେବେ ନୂତନ ଥାନାଧିକାରୀ ସମସ୍ତଙ୍କ ସହଯୋଗରେ ଅଂଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଯତ୍ନବାନ ହେବି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.