centurian jitm

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଖୁବ ଶୀଘ୍ର ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ନିଜ ଟଙ୍କା ଫେରିପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଚିଟଫଣ୍ଡ ଟଙ୍କା ଫେରସ୍ତ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପରେ ଟଙ୍କା ଫେରିପାଇବେ କ୍ଷତିଗ୍ରସ୍ତ ଜମାକାରୀ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିବା ପରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ସରକାରକୁ ଆସିବା ଆଗରୁ ବିଜେପି କହିଥିଲା ଯେ କ୍ଷମତାକୁ ଆସିବାର ୩ମାସରେ ଲୋକଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବୁ । ସରକାରଙ୍କୁ ୯ମାସ ପୂରିଲାଣି ତଥାପି ଲୋକେ ଟଙ୍କା ପାଇଲେନି । ଏବେ ସରକାର କହିଲେଣି ନୂଆ ନିର୍ଦ୍ଦେଶାବଳୀ ଆଣିବେ । ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେଡି

Leave A Reply

Your email address will not be published.