
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କ୍ୟାଭି) ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୃଷ୍ଟିହୀନ ମହିଳାଙ୍କ ପାଇଁ ଗତ ୫ ଦିନ ଧରି କ୍ରିକେଟ ଖେଳ ଓ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଯାପିତ ହୋଇଛି । ଏହାର ଉଦ୍ଯାପାନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଜଳସମ୍ପଦ, ପରିବହନ ତଥା ବାଣିଜ୍ୟମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତି ସାହୁ ରେଡକ୍ରସ ବିଦ୍ୟାଳୟକୁ ସରକାରୀସ୍ତରରେ ମାନ୍ୟତା କରିବା ପାଇଁ ଉଦ୍ୟମ କରାଯିବା ସାଙ୍ଗକୁ ବିଦ୍ୟାଳୟକୁ ଉନ୍ନତି ଦିଗରେ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏପରିକି ବିଦ୍ୟାଳୟ ଗୃହ, ପାକଶାଳା ଓ ଡାଇନିଂହଲ ଓ ଦୃଷ୍ଟିହୀନ ଛାତ୍ରୀଙ୍କ ନିମନ୍ତେ ଛାତ୍ରୀନିବାସ ନିର୍ମାଣ କରାଯିବା ସାଙ୍ଗକୁ ଏହି ସମସ୍ତ ଶ୍ରେଣୀ ଗୃହର ମରାମତି ପାଇଁ ବିଧାୟିକା ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ୨୦୨୩ରେ ଜର୍ମାନୀଠାରେ ହେବାକୁ ଥିବା ବିଶ୍ୱକ୍ରୀଡା ନିମନ୍ତେ ଚୟନ ହୋଇଥିବା ୨ ଜଣ କ୍ରୀଡାବିତ ବୈଷ୍ଣବ ରାଜପଲିଆ ଓ ଅଖିଳେଶ ସାହୁଙ୍କୁ ମନ୍ତ୍ରୀ ଟୁକୁନି ସାହୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ବିଡିଓ ତଥା ଭିନ୍ନକ୍ଷମ ବିଦ୍ୟାଳୟ ସମ୍ପାଦକ ଚନ୍ଦ୍ରମଣି ନାଗ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟ ଦୃଷ୍ଟିହୀନ ସଂଘର ସଭାପତି ତଥା ଭିନ୍ନକ୍ଷମ ବିଭାଗର ଅନୁସଚିବ ସନ୍ୟାସୀ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଅନୁପସ୍ଥିତ ରହିବାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଶିକ୍ଷକ, ଷ୍ଟାଫ ଓ ଖେଳାଳୀମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଡାକ୍ତର ରାମ ପ୍ରସାଦ ପଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ବରିଷ୍ଠ ବିଜେଡ଼ି ନେତା ସୁରେନ୍ଦ୍ର ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ରାଜକିଶୋର ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦୃଷ୍ଟିହୀନ ମହିଳାଙ୍କ ଦ୍ୱାରା ଖେଳା ଯାଇଥିବା କ୍ରିକେଟ ଖେଳକୁ ସମସ୍ତେ ବେଶ ଉପଭୋଗ କରିଥିଲେ । ସଭାକୁ ଶିକ୍ଷକ ଉମାକାନ୍ତ ଷଡଙ୍ଗୀ ସଂଯୋଜନା କରିଥିଲେ । ଏହି ଉତ୍ସବରେ ଆଶ୍ରା ବଲାଙ୍ଗିରର ସମ୍ପାଦକ ରଣଜିତ ପ୍ରସାଦ ମହାନ୍ତି, ଜଗତବନ୍ଧୁ ଶିକ୍ଷା ନିକେତନ ସାଲେପାଲିର ସମ୍ପାଦକ କହ୍ନେୟାଲାଲ ସାମଲ, ଏସିଡି ଟିଟିଲାଗଡର ସମ୍ପାଦକ ଅଞ୍ଜଳି ବେହେରା, ଦୃଷ୍ଟିହୀନ ବିଦ୍ୟାଳୟ ସଇଁତଲାର ରାହାସ ବିହାରୀ ସିଂ, ଶ୍ରବଣବାଧିତ ବିଦ୍ୟାଳୟ ସଇଁତଲାର ମନୁୱାରା ସୁଲତାନା ବେଗମ, ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦେବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଧବଳେଶ୍ୱର ଦାସଙ୍କ ତତ୍ୱାବଧାନରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳା ରଞ୍ଜନ ଶତପଥି, ସନ୍ତୋଷ କୁମାର ଜେନା, ସମୀର କୁମାର ନାୟକ, ପୁଷ୍ପାଞ୍ଜଳି ଦାସ, ପ୍ରତିଭା ବେହେରା, ସ୍ୱତନ୍ତ୍ର ଅଲିମ୍ପିକ୍ସର କୋଚ ଝସକେତନ ସାହୁ, ପୁଷ୍ପଲତା ଖଟୁଆ, ଶିଶିର କୁମାର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଶିବିରରେ ‘କାଭି’ର ଆତ୍ମରକ୍ଷା କୌଶଳ ପ୍ରଶିକ୍ଷକ ସୁରେଶଚନ୍ଦ୍ର ଜାଲ ଯାଦବ, ସୁଖରାମ ମାଝି ଆତ୍ମରକ୍ଷା ତାଲିମ ପ୍ରଦାନ କରୁଛନ୍ତି ।