ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ସଂକ୍ଷିପ୍ତ ଭୋଟର ତାଲିକା ପ୍ରକାଶିତ

  • ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ୦୧/୦୧/୨୦୨୩ ସୁଦ୍ଧା ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ୬୫-ସୋନପୁର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚଳିତ ବର୍ଷର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନର ୦୧/୦୧/୨୩ ସୁଦ୍ଧା ପ୍ରକାଶିତ ସବିଶେଷ ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକାକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଉଭୟ ନିର୍ବାଚନ ମଣ୍ଡଳୀର ତାଲିକା ହାର୍ଡ କପି ଓ ସଫ୍ଟ କପି ଜରିଆରେ ହସ୍ତାନ୍ତର କରାଯାଇଛି । ଚଳିତ ବର୍ଷ ୦୧/୦୧/୨୩ ସୁଦ୍ଧା ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୯୪୯ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୮୬୮ ନୂତନ ଯୋଗ୍ୟ ଭୋଟର ତାଲିକା ଭୁକ୍ତ ହୋଇଥିବା ବେଳେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩୩୪୬ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୨୯୧ଜଣ ଭୋଟର ପ୍ରକାଶିତ ତାଲିକାରୁ ବାଦ ପଡିଛନ୍ତି । ସଦ୍ୟ ପ୍ରକାଶିତ ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ତା ୦୧/୦୧/୨୩ ସୁଦ୍ଧା ଜିଲ୍ଲାରେ ସର୍ବମୋଟ ୪,୫୭,୫୧୮ ଜଣ ଯୋଗ୍ୟ ଭୋଟର ରହିଥିବା ବେଳେ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୧୨,୩୩୦ ଜଣ ଓ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୪୫,୧୮୮ ଜଣ ଭୋଟର ରହିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ, ନିର୍ବାଚନ ଅଧିକାରୀ ଯଶସ୍ୱିନୀ ପୃଥାଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଉପସ୍ଥିତ ରହିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଜିଲ୍ଲା ପ୍ରତିନିଧି ଜନ୍ମେଜୟ ପାତ୍ର, ଭାରତୀୟ ଜନତା ପାର୍ଟି ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ, ଜିଲ୍ଲା ପ୍ରତିନିଧି ସୁଧୀର ପଣ୍ଡା, ଏସ୍‌ୟୁସିଆଇ ଜିଲ୍ଲା ପ୍ରତିନିଧି ଗୋବିନ୍ଦ ମହାରଣା ଯୋଗଦାନ କରି ସଦ୍ୟ ପ୍ରକାଶିତ ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ଗୁଡିକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!