କୂଅ ଭିତରେ ଦନ୍ତା ହାତୀ, ତଦନ୍ତ ଆରମ୍ଭ କଲେ ଡିଏଫ୍‌ଓ

ସଇଁତଲା, (ଖୁସିରାଣୀ ସାହୁ) : ଜଙ୍ଗଲର ଚାଷଜମି ନିକଟରେ ଥିବା ଏକ କୂଅ ଭିତରେ ପଡ଼ି ରହିଥିବା ଦନ୍ତା ହାତୀକୁ ବନ ବିଭାଗ ଖବର ପାଇବା ପରେ ଉଦ୍ଧାର କରିଛି । ଏନେଇ ବଲାଙ୍ଗିର ଡ଼ିଏଫଓ ଅଜିତ ବିଶି ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ସଚେତନତା କରାଇଛନ୍ତି । ୩୫ ଟିକିଆ ହାତୀ ପଲ ଆସି ଥିବାରୁ ଲୋକଙ୍କୁ ଜଙ୍ଗଲକୁ ନଆସିବା ସହ ଘରେ ରୁହନ୍ତୁ ବୋଲି କହିଁଥିଲେ ଡ଼ିଏଫଓ ଅଜିତ ବିଶି । ସୂଚନା ମତେ ଟିଟିଲାଗଡ ରେଞ୍ଜ ବର୍ଣ୍ଣି ଜଙ୍ଗଲ ନିକଟ ଏକ କୂଅରେ ଖସି ପଡି ଥିଲା ଦନ୍ତାହାତୀ । ଆଜି ଚାଷଜମିକୁ ଯାଇଥିବା ଲୋକେ ହାତୀର ଚିତ୍କାର ଶୁଣି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଦ୍ୱାରା ଜେସିବି ସହାୟତାରେ ହାତୀ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଜଙ୍ଗଲ ଭିତରେ ରହୁଥିବା କିଛି ପରିବାର ଏବେ ବି ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି ।

Leave A Reply

Your email address will not be published.