ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ : ରାସ୍ତାରେ ହୋଇଥିବା ବିରାଟ ଗର୍ତ୍ତକୁ ନିଜେ ମରାମତି କରି ବନ୍ଦ୍ କଲେ

ସମ୍ୱଲପୁର : ଉଦାହରଣ ସୃଷ୍ଟି କଲେ ସ୍ୱେଚ୍ଛାସେବୀ । କିଛି ଦିନ ପୂର୍ବେ ହୀରାକୁଦ-ରେମେଡ ମୁଖ୍ୟ ରାସ୍ତାରେ ଭଙ୍ଗାମୁଣ୍ଡା‌ ସ୍ଥିତ ରେଳବାଇ ଫାଟକଠାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ବିଭିନ୍ନ ସମୟରେ ଏଠାରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଆସୁଥିଲା ।

ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କିମ୍ବା ପ୍ରତିଦିନ ହଜାର ହଜାର ଗାଡ଼ି ଚାଲୁଥିବା ହୀଣ୍ଡାଲକୋ କମ୍ପାନୀ କେହି ମଧ୍ୟ ନ ଶୁଣିବା ପରେ ଆଜି ଲାୟନ୍ସ କ୍ଲବର କ୍ୟାବିନେଟ୍ ସଭ୍ୟ ଶ୍ରୀ କାର୍ତ୍ତିକ କଲେତ୍ ସ୍ଥାନୀୟ ଗୌତମ ସାହାଣୀ, ବିକ୍ରମ ପଲେଇ ଓ ସୀମା ପାଢ଼ୀ ପ୍ରମୁଖଙ୍କ ସହଯୋଗରେ ସିମେଣ୍ଟ, ବାଲି, ପଥର ଦେଇ ଗର୍ତ୍ତକୁ ବନ୍ଦ କରିଥିଲେ । ଏହି କାମକୁ ସ୍ଥାନୀୟ ଲୋକମାନେ ବହୁ ଭାବରେ ପ୍ରଶଂସା କରିବା ସହ ରାସ୍ତାର ଆଉ ବହୁ ଅଂଶ ମରାମତି କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.