jayashree

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତରଫରୁ ସ୍ୱାସ୍ଥ୍ୟ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର କେନ୍ଦ୍ରାପଡ଼ା ଜିଲ୍ଲା କୈବର୍ତ୍ତ ମହାସଭା ଶାଖା ତଥା ସତ୍ୟସାଇ ସେବା ପ୍ରତିଷ୍ଠାନର ମିଳିତ ସହଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ସନ୍ନିକଟ ମୁକୁନ୍ଦପୁର ପଞ୍ଚାୟତର ସ୍କୁଲ ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଶିବିର ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରାର ଉପସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ବେହେରାଙ୍କ ପ୍ରଚେଷ୍ଟାରେ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଉତ୍ସବରେ ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା ଓଡ଼ିଶାର ସଭାପତି ପ୍ରଫେସର ଡ଼କ୍ଟର ଦେବେନ୍ଦ୍ରନାଥ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଶିବିରକୁ ହାଇଟେକ୍ ମେଡିକାଲ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞ ମାନଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ତଥା ମେଡିକାଲ ଅଫିସର ଛତା ଡେରାବିଶର ଡାକ୍ତର ଚିତ୍ତରଞ୍ଜନ ବେହେରା ତଥା ତାଙ୍କ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀ ମାନେ ପ୍ରତ୍ୟକ୍ଷ ଭାଗ ନେଇ ମୋଟାମୋଟି ପାଞ୍ଚଶହ ରୋଗୀଙ୍କୁ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଆର୍‌ଡିସି ସୁରେଶ ବେହେରା, ସମାଜସେବୀ ଗଣେଶ ଚନ୍ଦ୍ର ମେକାପ, ରୁପାଲି ଦାସ, ଶୋଭାଞ୍ଜଳି ବେହେରା, ରାଧାକୃଷ୍ଣ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହିଭଳି ଶିବିର ବିଭିନ୍ନ ସମୟରେ ଆୟୋଜନ କରିବାକୁ ଜନସାଧାରଣ ଦାବି କରିଥିଲେ । ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା କେନ୍ଦ୍ରାପଡ଼ା ତଥା ରାଜ୍ୟର ଉପସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ବେହେରା ତଥା ସତ୍ୟସାଇ ସେବା ସଂଗଠନକୁ ଗ୍ରାମବାସୀ ତଥା ରୋଗୀ ମାନେ ଧନ୍ୟବାଦ ଦେବା ସହ ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.