ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଲଟିଛି ଆର୍ବଜନା କୁଣ୍ଡ : କେନ୍ଦ୍ରରେ ୪ ବର୍ଷରୁ ଅଧିକ ହେବ ଏଏନ୍ଏମ ରହୁନାହାନ୍ତି, ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ ଗୁଡ଼ିକରେ ସ୍ୱସ୍ଥ୍ୟେ ଓ ଆରୋଗ୍ୟ ସେବା କେନ୍ଦ୍ର ବା ଉପସ୍ୱସ୍ଥ୍ୟେ କେନ୍ଦ୍ର ଖୋଲିଛନ୍ତି । ହେଲେ ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି ଲୋକଙ୍କ ସ୍ୱସ୍ଥ୍ୟେ ସେବାରେ ନ ଲାଗି ଆର୍ବଜନା କୁଣ୍ଡରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ବାଘମୁଣ୍ଡ ପଞ୍ଚାୟତ ବାଘମୁଣ୍ଡ ଗ୍ରାମରେ ସ୍ୱସ୍ଥ୍ୟେ ଓ ଆରୋଗ୍ୟ କେନ୍ଦ୍ର ବା ଉପସ୍ୱସ୍ଥ୍ୟେ କେନ୍ଦ୍ର ରହିଥିବା ବେଳେ ଦୀର୍ଘ ୪ ବର୍ଷରୁ ଅଧିକ ହେବ ଏଏନ୍ଏମ ରହୁନଥିବା ଅଭିଯୋଗ ହୋଇଛି । କେନ୍ଦ୍ରଟିର ଚତୁଃପାର୍ଶ୍ଵରେ ଅଳିଆ ଆବର୍ଜ୍ଜନା ଘାସରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରଟିକୁ ଦୀର୍ଘ ୪ ବର୍ଷରୁ ଅଧିକ ହେବ ଖୋଲୁନଥିବା ଯୋଗୁଁ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଛନ୍‌ନ୍ତି । ଅନ୍ୟ ପକ୍ଷରେ କେନ୍ଦ୍ର ଉପରେ ପ୍ରାୟ ୧୩ଟି ପାଖାପାଖି ଗ୍ରାମର ଲୋକେ ପ୍ରାଥମିକ ଚିକିତ୍ସା ସେବା ପାଇବାରେ ଅସୁବିଧା ହେଉଥିବା ଜଣାପଡ଼ିଛି । ବିଶେଷତଃ ଗର୍ଭବତୀ, ପ୍ରସୁତି ମହିଳା, ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ପ୍ରାୟ ୨୦ କିମି ପାଟଣାଗଡ଼ ଓ ଘସିଏନ ଡାକ୍ତର ଖାନା ଉପରେ ନିର୍ଭର କରିଥାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରକାର ଗ୍ରାମାଞ୍ଚଳରେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ କେନ୍ଦ୍ର ନିର୍ମାଣ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଆସୁନି । ଅଧିକାରୀ ମାନେ ଗସ୍ତ ଓ ସମୀକ୍ଷା ବୈଠକ କରିଛନ୍ତି କିନ୍ତୁ, କିପରି ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉପରେ କାହାରି ଦୃଷ୍ଟି ପଡୁନାହିଁ । ଯଦି ଅଧିକାରୀମାନେ ଜାଣିଛନ୍ତି ତେବେ କେନ୍ଦ୍ରରେ ଦୀର୍ଘ ୪ ବର୍ଷରୁ ଅଧିକ ହେବ ଏଏନ୍ଏମ ରହୁନାହାନ୍ତି କାହିଁକି ? କୋରୋନା ସମୟରେ ଲୋକେ କେନ୍ଦ୍ର ଥାଇ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍‌ନ୍ତି । ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାର ବୈମାତୃକ ନଗ୍ନ ନମୁନା ନୁହେଁ କି ? ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.