oom

ଗୋଡଭଗାଠାରେ ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଅହିଂସା ରଥ ସାରା ରାଜ୍ୟରେ ପରିକ୍ରମା କରୁଛି । ଏହି ପରିପ୍ରେକ୍ଷୀରେ ଗୋଡଭଗାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ବକ୍ତା ଭାବେ ମୋହନ୍ ସାହୁ, ଅତାବିରା ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଅତାବିରା ବ୍ଲକ ଉନ୍ନୟନ ଅଧିକାରୀ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ରଥ ୩୦ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଗ୍ରାମ ଆଦି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା, ପରମାଣପୁର, ପାହାଡଶ୍ରୀଡା, ବରଗଡ଼ ସଦର ମହକୁମା ସହ ଅଡଗା, ଖଣ୍ଡଅଥା, ଭେଡେନ ବ୍ଲକର ରେମେଣ୍ଡା, ପପଙ୍ଗା, ଭେଡେନ, ଭଟଲି ବ୍ଲକ ଅନ୍ତର୍ଗତ କମଗାଁ, ଭଟଲି, ଆମ୍ବାଭୋନା ବ୍ଲକର କେଦାରନାଥ ଅମ୍ବାଭୋନା, ବରପାଲି, ବିଜେପୁର ବ୍ଲକର ସମଲେଇପଦର, ବିଜେପୁର, ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି, କୁଣ୍ଡାଖାଇ, ଚାଣ୍ଟିପାଲି, ଗାଇସିଲେଟ, ଗନିଆପାଲି, ପଦ୍ମପୁର, ଭେଉରିଆ, ଝାରବନ୍ଧ, ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା, ସୋହେଲା, ପାଇକମାଲ ଓ ନୃସିଂହନାଥ ଆଦି ଅଞ୍ଚଳରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

jittmm
Leave A Reply

Your email address will not be published.