oom

ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱତନ୍ତ୍ର ଅତିଥି ଭାବରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନ ଯୋଗଦେଇ ସରକାରଙ୍କ ଦ୍ୱାରା ନିର୍ଦେଶିତ କୋଭିଡ଼୍ ଗାଇଡ଼୍ ଲାଇନ ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହିତ ଶ୍ରେଣୀଗୃହ ଅଧ୍ୟୟନର ଫାଇଦା ନେବା ସହିତ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ଉପଦେଶ ପ୍ରଦାନ କରିଥିଲେ । ଅଧ୍ୟାପକମାନଙ୍କ ଉପସ୍ଥିତିରେ କୋଭିଡ଼୍ ନିୟମ ପାଳନ ଓ ମହାବିଦ୍ୟାଳୟର ଅନୁଶାସନ ନିୟମ ପାଳନ କରିବା ପାଇଁ ଶପଥ ନେଇଥିଲେ । ଏହି ସଭାରେ ଛାତ୍ରଛାତ୍ରୀମାନେ “ନିଜ ସୁରକ୍ଷା ନିଜେ ନିଅ, କରୋନା ରୋଗରୁ ଦେଶ ବଂଚାଅ “ଆଦି ସ୍ଲୋଗାନ୍ ଦେଇ ସଭାଗୃହକୁ ଉଷ୍ମ ଓ ମୁଖର କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଉଦ୍ଦୀପନା ଓ ଶିକ୍ଷା ଗ୍ରହଣ କରିବା ଇଚ୍ଛାଶକ୍ତି ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଆହୁରି ଉତ୍ସାହିତ କରିଥିଲା ।

jittmm
Leave A Reply

Your email address will not be published.