oom

ବରଗାଁ ଠାରେ ବିଜେଡ଼ିର ସ୍ୱଚ୍ଛ ମିଶନ ଅଭିଯାନ

jsmm

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବରଗାଁ ଗ୍ରାମ ଠାରେ ବିଜେଡି ତରଫରୁ ସ୍ବଚ୍ଛ ମିଶନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ସହର ଠାରୁ ଗାଁ ଗଣ୍ଡାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସିନାପାଲି ବ୍ଲକରେ ମଧ୍ୟ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ବରଗାଁ ସ୍ଥିତ ହାଇସ୍କୁଲ ପରିସରରେ ବିଜେଡ଼ିର କର୍ମୀ ତଥା ନେତାମାନେ ସାମିଲ ହୋଇ ସଫା ସୁତୁରା କରିବା ସହ ସ୍ବଚ୍ଛତା ଉପରେ ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଇଛନ୍ତି । ନୂଆପଡ଼ା ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ଵରେ ସିନାପାଲି ବ୍ଲକ ସଭାପତି ବିରେନ୍ଦ୍ର ଖମାରୀ, ସମ୍ପାଦକ ଦୈତାରି ମେହେର, ବିଜେଡ଼ି ମହିଳା ସଭାନେତ୍ରୀ ମନ୍ଦାକିନୀ ବଘେଲ, ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ବାଗ, ନଳିନୀ ବାଗ, କୁନ୍ତଳା ମହାନନ୍ଦ, ପାଞ୍ଚାଳୀ ମେହେର, ଶେଫାଳୀ ସଲମା, ଦିନେଶ ତିୱାରୀ, କିଶୋର ନାଗ, ଗଜାନନ ବଗର୍ତ୍ତୀ, ପ୍ରଦୀପ ପ୍ରଧାନ, ଗୋପିନାଥ ହଂସ, କେଶବ ତାଣ୍ଡି, ବିଦ୍ୟାଧର ଦୀପ, ଗଣେଶ ମେହେର, ପରମେଶ୍ବର ବାଗ, ରୁମାଞ୍ଚଲ କଟା ସମେତ ଅନେକ କର୍ମକର୍ତ୍ତା ସାମିଲ ରହିଥିଲେ ।

jittmm
Leave A Reply

Your email address will not be published.