ବଦଳିଲା କୋଣାର୍କ ପରିଦର୍ଶନ ସମୟ : ଆଜିଠୁ ସନ୍ଧ୍ୟା ୭ରୁ ସୂର୍ଯ୍ୟମନ୍ଦିର ବନ୍ଦ

କୋଣାର୍କ, (ଦିଲ୍ଲୀପ କୁମାର ଧାଉଡିଆ) : କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ସକାଳ ୬ରୁ ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାର ଖୋଲା ରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହୋଇଛି ବୋଲି ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନୀରଜ ସିଂ ସୂଚନା ଦେଇଛନ୍ତି । ପୂର୍ବରୁ ସନ୍ଧ୍ୟା ୬ଟାରେ ମନ୍ଦିର ବନ୍ଦ ହେଉଥିଲା ।

Leave A Reply

Your email address will not be published.