oom

ଚିଠି ଲେଖି ଦାବୀ ଜଣାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରେ ଭେଣ୍ଟିଲେଟର୍ ଯୁକ୍ତ ୧୦୦ ଶଯ୍ୟା କୋଭିଡ୍ ହସ୍ପିଟାଲ ଏବଂ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚିଠି ଲେଖି ଦାବୀ ଜଣାଇଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ପିଏମ୍‌ସିଏଆର୍‌ଇଏସ୍‌ ଫଣ୍ଡରୁ ଡ଼ିଆର୍‌ଡ଼ିଓ ଦେଶର ଅନେକ ଜାଗାରେ ଅସ୍ଥାୟୀ କୋଭିଡି ହସ୍ପିଟାଲ ଏବଂ ୫୦୦ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନା କରିବାକୁ ଯାଉଛି । ଏହି ଅବସରରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପଦ୍ମପୁର ଠାରେ ଭେଣ୍ଟିଲେଟର ଯୁକ୍ତ ୧୦୦ ଶଯ୍ୟା ଆଇସିୟୁ ଓ ଗୋଟିଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏବଂ ଏହାର ନିର୍ମାଣ ପାଇଁ ସୁପାରିଶ ଓ ଆବଶ୍ୟକୀୟ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହାଦ୍ୱାରା ପଦ୍ମପୁର ଉପଖଣ୍ଡ ଉପକୃତ ହେବା ସହିତ ପଦ୍ମପୁର ହସ୍ପିଟାଲ ଉପରେ ନିର୍ଭର କରୁଥିବା ଛତିଶଗଡ଼ର କିଛି ବାସିନ୍ଦା ମଧ୍ୟ ଉପକୃତ ହେବେ । ମାନ୍ୟବର ସାଂସଦଙ୍କ ଏହି ପ୍ରୟାସ ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏବଂ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ସାଂସଦ ଶ୍ରୀ ପୂଜାରୀଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

jittmm
Leave A Reply

Your email address will not be published.