କଣ୍ଟାମାଲ, (ମମତା ମହାକୁର) : ଶିଶୁମାନଙ୍କ ମନରେ ସୃଜନଶୀଳ ଭାବ ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ଖଟଖଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲସ୍ତର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ଏବିଇଓ ଦୁର୍ଗାଚରଣ ପ୍ରଧାନ ଯୋଗ ଦେଇଥିବା ବେଳେ ସିଆର୍ସିସି ଶଶାଙ୍କ ପୋଢ଼ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ରଂଜୁ ଅମାତ କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଶିଶୁ ନିଜର ଆତ୍ମବିଶ୍ୱାସକୁ ବଢ଼ାଇବାରେ ସୁରଭି ଏକ ଭିନ୍ନ କାର୍ଯ୍ୟକ୍ରମ ବୋଲି କେନ୍ଦ୍ର ସ୍କୁଲର ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଯଜ୍ଞସେନୀ ଖେତୀ, ଖେଳ ଶିକ୍ଷକ ପଞ୍ଚାନନ ପ୍ରଧାନ, ଶିକ୍ଷକ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଏଥିରେ ଗୀତ, ନାଚ, ବକୃତା, ବିତର୍କ, କୁଇଜ ଆଦି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପ୍ରତି ବିଭାଗରେ ପ୍ରଥମ ଓ ଦ୍ୱତୀୟ ସ୍ଥାନ ନେଇଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ସୁରଭିରେ ଭାଗ ନେବାକୁ ଘୋଷଣା କରିଥିଲେ । ପିଲାଙ୍କ ଆକର୍ଷଣୀୟ ନାଚ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା । ଶିକ୍ଷକ ସୁରେନ୍ଦ୍ର କମ୍ପ, ବୈଶାଖ ବସ୍ତିଆ, ନୃପମଣୀ ମହାଳିକ, ଶୈଳେନ୍ଦ୍ର ବସ୍ତିଆ, ବନିତା ମେହେର, ଦୀପ୍ତିମୟୀ ବୈଠାରୁ, ସୁଶୀଲ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
Prev Post
Next Post