oom

ଟଙ୍କା ସୁନା ଗହଣା ଲୁଟ୍‌ ଘଟଣାରେ ସିକ୍ୟୁରିଟିମାନଙ୍କୁ ପଚାରା ଉଚରା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ୧୦ନମ୍ବର ୱାର୍ଡ ଅଧିନସ୍ଥ ଗ୍ରାସୀମ କମ୍ପାନୀର ଷ୍ଟାଫ କଲୋନୀରେ ଦୀର୍ଘ ଦିନ ହେବ ରହି ଆସୁଥିବା ସନଟେକ କମ୍ପାନୀ ପରିଚାଳକ ହିମାଂଶୁ ମିଶ୍ରଙ୍କ କ୍ୱାଟରରୁ ଲକ୍ଷାଧିକ ଟଙ୍କା ସମେତ ସୁନା ଗହଣା ଲୁଟ୍‌ ହୋଇଥିବା ନେଇ ଗତ ବୁଧବାର ଦିନ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା । ଏତେ ସଂଖ୍ୟକ ସିକ୍ୟୁରିଟି ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଲୁଟ ହେଲା ତାହା ସବୁଠି ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ କିନ୍ତୁ ଏହି ମାମଲା ସିକ୍ୟୁରିଟିମାନଙ୍କୁ ଥାନାକୁ ଡକାଯାଇ ତଦନ୍ତ ଜାରି ରଖିଛି । ପୋଲିସ ପକ୍ଷରୁ ପଚରାଉଚରା ଜାରି ରଖିବା ସହ ସିକ୍ୟୁରିଟିମାନଙ୍କ ମୋବାଇଲ ଫୋନ ଯାଞ୍ଚ ମଧ୍ୟ କରାଯାଉଛି । ଖୋଦ ଗଞ୍ଜାମ ଏସ୍‌ପି ଓ ଏସଡ଼ିପିଓ ଗଞ୍ଜାମ ଥାନା ଆସି ସନ୍ଦେହରେ ଥିବା ଲୋକଙ୍କ ବିଷୟରେ ସିକ୍ୟୁରିଟି ମାନଙ୍କୁ ପଚରାଉଚରା କରିଛନ୍ତି । ସେମାନଙ୍କ ମୋବାଇଲ ଯାଞ୍ଚ କରାଯାଉଛି । ଏଥିସହ ଦୈନନ୍ଦିନ ଷ୍ଟାଫ କଲୋନୀକୁ କ୍ଷୀର ଦେବା ଲାଗି ଯାଉଥିବା କିଛି କ୍ଷୀର ବାଲାଙ୍କୁ ମଧ୍ୟ ପୋଲିସ ଥାନାକୁ ଡ଼ାକିଥିବା ଜଣାପଡିଛି । ବାହାରରୁ ବାରମ୍ବାର ପ୍ରବେଶ କରିଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖିଛି । ଅନ୍ୟପଟେ ଏତେ ଟଙ୍କା ଘରେ ରଖି କିପରି ବାହାରକୁ ଯାଇଥଲେ ଘରର ସମସ୍ତ ପରିବାର ବୋଲି ମଧ୍ୟ ଆଲୋଚନା ହେଉଛି । ଏହା ମଧ୍ୟ ତଦନ୍ତ ପରିସର ଭୁକ୍ତ ବୋଲି ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ହେଉଛି । ବର୍ତମାନ ସବୁଠୁ ବଡ଼ ପ୍ରଶ୍ନ ପୋଲିସ ଉକ୍ତ ଲୁଟ ଘଟଣାର ପରଦା ଫାସ ହେବ ବୋଲି ଜନସାଧାରଣ ପୋଲିସ ଉପରେ ବିଶ୍ୱାସ ରଖିଛନ୍ତି ।

jittmm
Leave A Reply

Your email address will not be published.