ସୁକତେଲ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗାଁ ଶ୍ରୀରାମ ମନ୍ଦିର ପଡିଆରେ ପ୍ରଥମ ସୁକତେଲ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନେସ୍‌ନାଲ ସର୍ଭିସ ଫାଉଣ୍ଡେସନ ଓ ସୁକତେଲ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ପ୍ରଥମ ଦିନ ସକାଳୁ ମଶାଲ ଶୋଭାଯାତ୍ରା ଓ ଜିଲ୍ଲା କଳାକାର ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଅଶ୍ୱିନୀ ପାତ୍ର ପର୍ୟ୍ୟଟନ ମନ୍ତ୍ରୀ , ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରି ବିଭାଗ ଓଡିଶା ସରକାର, ସମ୍ମାନୀତ ଅତିଥି ନରସିଂହ ମିଶ୍ର ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ସାସ୍ୱତ ତ୍ରିପାଠି ସଂଗୀତ ନାଟକ ଏକାଡେମୀ ସଦସ୍ୟ ଏବଂ ସୁକତେଲ ମହୋତ୍ସବ କମିଟି ସଭାପତି ବିଧୁଭୂଷଣ ସିଂଦେଓ, ସମ୍ପାଦକ ପ୍ରଣୟ ଆନନ୍ଦ ତ୍ରିପାଠି ମଂଚାସିନ ଥିବା ବେଳେ ଉପଦେଷ୍ଟା ମଳୟ ଆନନ୍ଦ ତ୍ରିପାଠି ସଂଯୋଜନା କରିଥିଲେ । ଶ୍ରୀ ପାତ୍ର ଏହି ଉତ୍ସବ ସୁକତେଲ ଅବବାହିକାରେ ବସବାସ କରୁଥିବା କଳାକାରଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ବିଲୁପ୍ତ ପ୍ରାୟ କଳାସଂସ୍କୃତିର ପୁନରୁଦ୍ଧାର ପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ସୁକତେଲ ପ୍ରକଳ୍ପ ଦ୍ୱାରା ବାସଚ୍ୟୁତ ହୋଇଥିବା କଳାକାରଙ୍କ ପାଇଁ ଏ ମହୋତ୍ସବ ତାଙ୍କ କଳା ସଂସ୍କୃତିକୁ ବଂଚାଇ ରଖିବାକୁ ଭବିଷ୍ୟତରେ ଏହି ମହୋତ୍ସବ କାୟା ବିସ୍ତାର କରି ପୁଣି ଅନ୍ତର୍ଜାତୀୟ ସ୍ତରରେ ବହୁ କଳାକାର ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତି କରିଥିଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି କଳାକାର ବ୍ୟାସଦେବ ପୁରୋହିତ ଏବଂ ରୁମକୁ ଝୁମାନା ସୁବର୍ଣ୍ଣପୁର, ଆର.ଆର. କଲୋନି ଝାଙ୍କରପାଲି ଦ୍ୱାରା ଲୋକନୃତ୍ୟ ପରିବେଷଣ ହୋଇଥିଲା । ଉଦ୍‌ଯାପନି ସନ୍ଧ୍ୟାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଜିଲ୍ଲା ପରିଷଦ ସଦସ୍ୟା ଅନାମିକା ହୋତା, ମୁଖ୍ୟବକ୍ତା ବ୍ରହ୍ମାନନ୍ଦ ବନଛୋର, ଉପସଭାପତି ସୁବଲ ଗୁରାଣ୍ଡି ପ୍ରମୁଖ ମଂଚାସିନ ଥିଲେ । ଉଭୟ ଦିନ ସୁକତେଲ ମହୋତ୍ସବ କାର୍ଯ୍ୟକ୍ରମ ନିସ୍ପାଦକ ହାଡିବନ୍ଧୁ ତ୍ରିପାଠି, ଶ୍ରୀଧର ବାରିକ, ଆବାହକ ଚିଙ୍କୁ ପ୍ରଧାନ, ସଂଯୋଜକ ସତ୍ୟନାରାୟଣ ଗହିର, ମନମୟ ଆନନ୍ଦ ତ୍ରିପାଠି ପ୍ରମୁଖ ବହୁ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଲ ବଣ୍ଟନ କରିଥିଲେ । କଳାସଂଗଠକ ଜୟକୃଷ୍ଣ ମିଶ୍ର, କୋଶଳି ଗୀତା ଅନୁବାଦକ ଲମ୍ବୋଦର ତ୍ରିପାଠି, ସଂସ୍କୃତି ଗବେଷକ ଅଖୋଜ ଷାଣ୍ଢ, ଧରଣିଧର ନାଏକ, ପରମାନନ୍ଦ ମାଝିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ସଂଗୀତା ଦାଶ ଓ ସାଥୀ, ସଂଜୋତ କଳାକେନ୍ଦ୍ର ଦ୍ୱାରା ଲୋକନୃତ୍ୟ ପରିବେଷଣ ଓ ଅତିଥି କଳାକାର ବର୍ଷିୟାନ ସଂଗୀତକାର ମନୋଜ ମହାନ୍ତି, ନବୀନ କୁଅଁର, ବଳରାମ ସା, ଦିଲିପ ଦୀପ, ବିକାଶ ଷଡଙ୍ଗୀ ଓ ଦୁଲଦୁଲି କଳାପରିଷଦର ବାସୁଦେବ ସା ପରିବେଷଣ କରିଥିଲେ । ଶେଷରେ ସଂଜୟ ଆନନ୍ଦ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.