କଛାରପାଲି ରଣାପଡ଼ାର ୫୬ତମ ଦୁର୍ଗାପୂଜା ଅବସରରେ ଚବିଶ ପ୍ରହରୀ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ରଣାପଡ଼ାର ଜୟଦୂର୍ଗା କ୍ଲବ ପକ୍ଷରୁ ୫୬ତମ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ସୋମବାର ଦିନ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୂର୍ଗା ପୂଜା କର୍ତ୍ତା ଭାବେ ଅଜୟ ରଣା ଓ ତାଙ୍କ ଧର୍ମପତ୍ନୀ ସୁନିତା ରଣା ଏବଂ ପ୍ରହରୀ କର୍ତ୍ତା ଭାବେ ଶୁଭ୍ରାଂଶୁ ରଣା ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷିନି ରଣା ଦାୟିତ୍ଵ ନିର୍ବାହ କରିବେ । ଆସନ୍ତା ୨ ତାରିଖ ଦିନ ପ୍ରହରୀ ପାଇଁ କଳସ ଶୋଭାଯାତ୍ରା ସହ ଅଧିବାସ ହେବାକୁ ଥିବା ବେଳେ ୩ ତାରିଖ ଦିନ ନମାରମ୍ଭ ଓ ୬ ତାରିଖ ଦିନ ପୂର୍ଣ୍ଣାହୁତି ହେବା ନେଇ ପ୍ରହରୀ କମିଟି ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷର ଦୁର୍ଗା ପୂଜା ଓ ଚବିଶ ପ୍ରହରୀ ନାମଯଜ୍ଞକୁ ସୁପରିଚାଳନା କରିବା ପାଇଁ ଜୟଦୁର୍ଗା କ୍ଲବର କର୍ମକର୍ତ୍ତାମାନେ ପରିଚାଳନା ଦାୟିତ୍ଵ ନେଇଛନ୍ତି ।

Leave A Reply

Your email address will not be published.