centurian jitm

‘ବାଲ୍ୟ ବିବାହ କୁ ନା, ବିଦ୍ୟାଳୟକୁ ହଁ କୁହନ୍ତୁ’ : ବାଲ୍ୟ ବିବାହ ପ୍ରତିରୋଧ ସଚେତନତା ‘ସଂକଳ୍ପ ରଥ’ର ଶୁଭାରମ୍ଭ କଲେ ଜିଲ୍ଲପାଳ

nschool

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ସୁବର୍ଣ୍ଣପୁର ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହକୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗ୍ରାମ ଗୁଡିକରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ ବିଭାଗ ତରଫରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗଙ୍କ ସହଯୋଗରେ ଚାଲୁ ରହିଛି । ବର୍ତମାନ ସୁଦ୍ଧା ଜିଲ୍ଲାର ୭୫୩ ଗୋଟି ଗ୍ରାମକୁ ସମ୍ପୃକ୍ତ ବିଭାଗ ଦ୍ୱାରା ବାଲ୍ୟ ବିବାହ ମୁକ୍ତ ଗ୍ରାମ କରିବା ନିମନ୍ତେ ଗ୍ରାମବାସୀ ଓ ସମ୍ପୃକ୍ତ ଗ୍ରାମର ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହାୟତାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣାକୁ ସାକାର କରିବା ନିମନ୍ତେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏହି କାର୍ୟ୍ୟକ୍ରମକୁ ଆହୁରି ବ୍ୟାପକ ତଥା ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଆଜି ଜିଲ୍ଲପାଳଙ୍କ କାର୍ୟ୍ୟାଳୟ ପରିସରରୁ ବାଲ୍ୟ ବିବାହ ପ୍ରତିରୋଧ ସଚେତନତା “ସଂକଳ୍ପ ରଥ”କୁ ମୋନିଷା ବାନାର୍ଜୀ, ଜିଲ୍ଲାପାଳ, ସୁବର୍ଣ୍ଣପୁର, ସବୁଜ ପତାକା ପଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ସଂକଳ୍ପ ରଥ ପ୍ରଥମ ପର୍ୟ୍ୟାୟରେ ତା ୫/୪/୨୧ରୁ ତା ୭/୪/୨୧ ପର୍ୟ୍ୟନ୍ତ ୩ଗୋଟି ବ୍ଲକ ସୋନପୁର, ଉଲୁଣ୍ଡା, ତରଭାର ୪୫ ଗୋଟି ବାଲ୍ୟ ବିବାହ ସମ୍ବେଦନଶୀଳ ଗ୍ରାମକୁ ପରିଭ୍ରମଣ କରି ଜନସାଧାରଣଙ୍କୁ ବାଲ୍ୟବିବାହର ଅପକାରିତା ଓ ତତ ସମ୍ପୃକ୍ତି ଆଇନ ସମ୍ୱନ୍ଧରେ ସଚେତନ କରାଇବ । କାର୍ୟ୍ୟକ୍ରମକୁ ବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ନିମନ୍ତେ ସୋନପୁର ବ୍ଲକ ନିମନ୍ତେ ପ୍ରୋଗ୍ରାମ ଅଫିସର ଥବିର କାଳସାଏ, ଉଲୁଣ୍ଡା ବ୍ଲକ ପାଇଁ ସାମାଜିକ କର୍ମୀ ରୁଦ୍ର ପ୍ରସନ ମିଶ୍ର ଓ ତରଭା ବ୍ଲକ ପାଇଁ ପରାମର୍ଶଦାତା ପ୍ରଶାନ୍ତ ମହାକୁଡ଼ଙ୍କୁ ଦାଇତ୍ଵ ଦିଆଯାଇଛି । ଆଜିର ଏହି ଶୁଭାରମ୍ଭ କାର୍ୟ୍ୟକ୍ରମ ଅବସରରେ ଘାସିରାମ ପଣ୍ଡା, ରାଜ୍ୟ ବାଲ୍ୟ ବିବାହ ପ୍ରତିରୋଧ କମିଟି ସଦସ୍ୟ ଉପସ୍ଥିତ ଥିବାବେଳେ, ଅନଙ୍ଗ ନେଗୀ, ସମ୍ପାଦକ, ରେଆର, ଚତୁର୍ଭୁଜ ଦାଶ, ଡି ସି ପି ଓ, ଅନିତା ଗୁରୁ, ପ୍ରୋଗ୍ରାମ ଅଫିସର ଡି ଏସ ଡବ୍ଲୁ ଓ, ରାକେଶ ପ୍ରଧାନ, ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ପରାମର୍ଶଦାତା, ତଥା ବିଭାଗର ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଦ୍ଵିତୀୟ ପର୍ୟ୍ୟାୟରେ ଏହି ସଂକଳ୍ପ ରଥ ଅନ୍ୟ ୩ଗୋଟି ବ୍ଲକ ଡୁଙ୍ଗୁରିପାଲି, ବିନିକା ଓ ବୀରମହାରାଜପୁରର ବିଭିନ୍ନ ଗ୍ରାମ ବୁଲିବା ସହ ଜନ ସାଧାରଣଙ୍କୁ ସଚେତନ କରାଇବ ।

Leave A Reply

Your email address will not be published.