oom

ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ପ୍ରାକ ପ୍ରସ୍ତୁତି

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ଼.ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏସ୍‌ଏମ୍‌ସି/ଏସ୍‌ଏମ୍ଏନସି ସଭ୍ୟ, ସଭ୍ୟା, ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସବ ପାଳନ ପାଇଁ ନିଜ ନିଜ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ପ୍ରଧାନ ଶିକ୍ଷକ ବିଜୟ ଚନ୍ଦ୍ର ବେହେରା, ଆଇନଜୀବୀ ପର୍ଶୁରାମ ଗୌଡ଼, କନ୍ଧ ସ୍ୱାଇଁ ବାଉରିବନ୍ଧୁ ଗୌଡ଼, କାଳିଚରଣ ଗୌଡ଼, କୃଷ୍ଣ ଚରଣ ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ ମହାପାତ୍ର, ହରିବନ୍ଧୁ ଦୋରା, ସୀମାଞ୍ଚଳ ଜେନା, କୁମୁଦି ରେନୁପ୍ରଭା, ଅଧ୍ୟାପକ ଲିଙ୍ଗରାଜ ସାହୁ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଡି.ପଦ୍ମ ଚରଣ ପ୍ରଧାନ, ସମ୍ପାଦକ ଦଣ୍ଡପାଣି ମହାପାତ୍ର ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.