ଛତ୍ରପୁର ସବ୍-ଜେଲ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଦିନ ଛତ୍ରପୁର ସ୍ଥିତ ସବ୍-ଜେଲ୍ ପରିଦର୍ଶନ କରିଛନ୍ତି । ଜେଲ ପରିଦର୍ଶନ କରି ଏହାର ପାରିପାର୍ଶ୍ବିକ ଅବସ୍ଥା ଓ ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ଜେଲ୍ ପରିସରରେ ଅନ୍ତେବାସୀଙ୍କ ପାଇଁ ଆବଶ୍ୟକ ହେଉଥିବା ଜଳ ଓ ପରିମଳ, ସ୍ୱଚ୍ଛତା ଦିଗରେ ଧ୍ୟାନ ଦେଇଛନ୍ତି । ସେମାନଙ୍କ ଖାଦ୍ୟପେୟ ଉପରେ ପଦକ୍ଷେପ ନେଇ ଏହାର ଯାଞ୍ଚ କରିବା ସହିତ ଜେଲ୍‌ରେ ରହୁଥିବା ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଖାଦ୍ୟଦ୍ରବ୍ୟର ମାନ ପରଖିଥିଲେ । ସବୁକିଛି ଠିକ୍‌ଠାକ୍‌ ଥିବା ଜାଣି ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.