ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ବାର୍ଷିକ କ୍ରୀଡ଼ା ଆୟୋଜନ ହୋଇଯାଇଛି, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରା ଏହି ଉତ୍ସବକୁ ଉଦ୍‌ଘାଟନ କରି କ୍ରୀଡ଼ା ଦ୍ଵାରା ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବା ସହ ଶୃଙ୍ଖଳା ତଥା ସହଯୋଗୀ ମନୋଭାବ ନିର୍ମାଣ ହୋଇଥାଏ ବୋଲି କହିଥିଲେ, ସେହିପରି ମୁଖ୍ୟ ଅତିଥି ପ୍ରଫେସର୍ ପୀତବାସ ଭୋଇ କହିଥିଲେ ଯେ, କ୍ରୀଡ଼ା ଦ୍ଵାରା ଜଣେ ବ୍ୟକ୍ତି ପୂର୍ଣ୍ଣାଙ୍ଗ ରୂପ ପାଇଥାଏ ଓ ଜଣେ ସକ୍ରିୟ ନାଗରିକର କର୍ତ୍ତବ୍ୟ କଣ ଶିଖାଇଥାଏ । ଅଂଶ ଗ୍ରହଣକାରୀମାନେ ପ୍ରଥମେ କ୍ରୀଡ଼ା ପତାକା ଉତ୍ତୋଳନ କରି ଶପଥ ପାଠ କରିଥିଲେ । ମହାବିଦ୍ୟାଳୟର କ୍ରୀଡ଼ା ଉପ ସଭାପତି ଡ଼. କୌତୁକ ପନ୍ଦର ପ୍ରାରମ୍ଭିକ ସୂଚନା ସୂଚନା ଦେଇଥିଲେ । ଡ଼ଃ. ଅମୃତ ସିଂ ବରିହା, ଡ଼ଃ. ଅଶୋକ କୁମାର ମହାରଣା, ହୃଷୀକେଶ ଦାସ, ଡ଼ଃ. ରମଣି ନାଏକ, ଡଃ. ମଧୁସ୍ମିତା ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଏହି ମହାବିଦ୍ୟାଳୟର ନିଜସ୍ଵ ଖେଳ ପଡ଼ିଆ ନଥିବାରୁ ସରକାରୀ ଟାଉନ୍ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ଆୟୋଜିତ ହୋଇଥିଲା । ନିଜର ଖେଳ ପଡ଼ିଆ ପାଇଁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି ।

Leave A Reply

Your email address will not be published.