oom

ସାମ୍ବାଦିକଙ୍କ ଅକାଳ ବିୟୋଗରେ ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଶୋକସଭା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ପ୍ରେସ କ୍ଳବ ତରଫରୁ ଗଂଜାମ ସହର ସ୍ଥିତ କାଶୀ ବିଶ୍ଵନାଥ ଶୈବପୀଠ ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମୋହନଗିରି ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣରେ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ସାମ୍ବାଦିକ ସ୍ୱର୍ଗତ ରୋହିତ ବିଶ୍ବାଳ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇଙ୍କ ପୌରାହିତ୍ୟରେ ଆୟୋଜିତ ଶୋକ ସଭାରେ ସ୍ୱର୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନିରବ ପ୍ରର୍ଥନା କରାଯାଇଥିଲା । ତତ୍‌ ସହିତ ଲାଲ୍‌ ବାହୀନର ଏପରି ବର୍ବର କାଣ୍ଡକୁ ଦୃଢ଼ ନିନ୍ଦା କରାଯାଇଥିଲା । ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷାକୁ ନେଇ ସରକାର ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଥିଲା । ପ୍ରେସ କ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା, ସମ୍ପାଦକ ବିଦ୍ୟାଧର ସାହୁ, ଉପସଭାପତି ଆର.ମୁରଲୀଧର ପ୍ରଧାନ, ସହସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା, ବିଜୟ ଲକ୍ଷ୍ମୀ ମହାଙ୍କୁଡ଼, କେ.ରଜନୀକାନ୍ତ ରେଡି, ଛବିଲାଲ ସାହୁ, ରାକେଶ ରଞ୍ଜନ ଦାସ, ବଟକୃଷ୍ଣ ରାଉଳ, ମନୋଜ ପ୍ରଧାନ, ନୀଳାଞ୍ଚଳ ସେନାପତି, ବନବାସୀ ସେଠୀ ପ୍ରମୁଖ ପ୍ରେସ କ୍ଳବର କର୍ମକର୍ତ୍ତା, ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସ୍ବର୍ଗତ ସାମ୍ବାଦିକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.