oom

ସାରସ୍ୱତ ସାଧକ ଡ. ଭୋଳାନାଥ ରାଉତଙ୍କ ବିୟୋଗରେ ଶୋକସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରବୀଣ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତଙ୍କ ବିୟୋଗରେ ରାଉରକେଲା ଆଇନ ମହାବିଦ୍ୟାଳୟଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ସଭାପତି ସୁମନ ଦତ୍ତ, ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଜୀବନାଦର୍ଶ ଓ ସାରସ୍ୱତ ସାଧନା ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଡ. ବେହେରା ସଭାପତିତ୍ୱ ଅଭିଭାଷଣ ସହ କହିଲେ ଯେ ସ୍ୱର୍ଗତ ରାଉତ ଥିଲେ ଏ ମାଟିର ଅମୂଲ୍ୟ ରତ୍ନ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଏତେ ସୁଗୁଣର ଅଧିକାରୀ ହେବା ଖୁବ କମ ଲୋକଙ୍କ ଭାଗ୍ୟରେ ଜୁଟେ । ସେ ଏକାଧାରାରେ ପ୍ରଚଣ୍ଡ ସାରସ୍ୱତ ପ୍ରତିଭା, ପ୍ରବୀଣ ଶିକ୍ଷାବିତ୍, ବିଶିଷ୍ଟ ଶିକ୍ଷକ ନେତା, ଦକ୍ଷ ସଂଗଠକ ଓ ଜଗତସିଂହପୁରରୁ ପ୍ରକାଶିତ ହେଉଥିବା ସ୍ମୃତିପତ୍ରର ସଂପାଦକ । ଅତିଥି ଶ୍ରୀ ଦତ୍ତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସ୍ୱର୍ଗତ ରାଉତଙ୍କ ଭଳି ନିରଳସ, ସାହିତ୍ୟ ସ୍ରଷ୍ଟା ଓ ଶିକ୍ଷକ ନେତା ଆଜିର ଦୁନିଆରେ ମିଳିବା ଭାରି କଷ୍ଟ । ତାଙ୍କ ବିୟୋଗ ଆମ ସାରସ୍ୱତ ଜଗତ ପାଇଁ ଅପୂରଣୀୟ କ୍ଷତି । ଅନ୍ୟତମ ଅତିଥି ଶ୍ରୀ ରାଉତ ଡ. ରାଉତଙ୍କ ସାରସ୍ୱତ ସମ୍ଭାର ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତି, ଅଧ୍ୟାପିକା ପ୍ରଜ୍ଞା ପରମିତା ପଣ୍ଡା, ଡ. ସମ୍ପାଦିକା ମହାନ୍ତି, ତନ୍ମୟ ରାଜ ପାଢୀ, ଡ. ଦ୍ୱିବେନ୍ଦୁ ପଣ୍ଡା, ଗିରିଶ ପରିଡା, କବି ଅଭିରାମ ପ୍ରଧାନ, ଦେବାଶିଷ ବେହେରା, ଅଜୟ କୁମାର ପାଣିଗ୍ରାହୀ, ଅକ୍ଷୟ କୁମାର ଦାସ ପ୍ରମୁଖ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ରାଉତଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ଶେଷରେ ଡ. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.