oom

ବାବେଜୁରୀ ମହାଶିବରାତ୍ରି ମେଳା ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମସ୍ଥିତ ହରଗୌରୀ ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଥିବା ମହାଶିବରାତ୍ରି ମେଳାର ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ମଙ୍ଗଳବାର କଳସ ଶୋଭାଯାତ୍ରା ଓ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଜୁନାବନ୍ଧରୁ ୧୦୧ ଜଣ ଶ୍ରଦ୍ଧାଳୁ ମହିଳା ଭଜନ ସଂକୀର୍ତ୍ତନ୍ୟ ସହ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଦେବ ଧରୁଆ ଓ ତାଙ୍କ ଧର୍ମପତ୍ନୀ ସୁବିତା ଧରୁଆ, ପୂଜକ ରୂପେ ପ୍ରଦ୍ୟୁମ୍ନ ଖମାରୀ ଓ ଜପକ ରୂପେ ପ୍ରସନ୍ନ ଖମାରୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ବୁଧବାର ପୂର୍ବାହ୍ନରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି । ଆୟୋଜକ ମହାଶିବରାତ୍ରି ମେଳା କମିଟି ପକ୍ଷରୁ ସଭାପତି କରୁଣାକର ମାଝୀ, କାର୍ଯ୍ୟକାରୀ ସଭାପତି ଗିରିଧାରୀ ସାହୁ, ଉପସଭାପତି ଭକ୍ତ ସାହୁ, ସମ୍ପାଦକ ଦିଲ୍ଲୀପ ମାଝୀ, ସହ ସମ୍ପାଦକ ଅଶୋକ ନାଗ, କୋଷାଧ୍ୟକ୍ଷ ଡାକ୍ଟର ମାଝୀଙ୍କ ସହ ଉପଦେଷ୍ଟା ହରି ମାଝୀ, ଗିରିଧାରୀ ମହାନନ୍ଦ, କୁମର ଧରୁଆ, ଦୁର୍ବାସା ସାହୁ କମିଟି ସଦସ୍ୟ ବ୍ୟାସୁ ମାଝୀ, ପୁରୁନ୍ଦର ନାଗ, ସନ୍ୟାସୀ ମାଝୀ, କିଶୋର ମାଝୀ, ଆକାଶ ସାହୁ, ସେବା ସାହୁ, ଜଗନ୍ନାଥ ଧରୁଆ, ରାକେଶ ମାଝୀ, ଲଛମନ ମାଝୀ, ନୀଳାମ୍ବର ମାଝୀ, ନୀଳାମ୍ବର ନାଗ, ଗୋସିଂହ ମାଝୀ, ରାଜିନ ଧରୁଆ, ଜଗନ୍ନାଥ ମାଝୀଙ୍କ ସହ ସମସ୍ତ ଶ୍ରଦ୍ଧାଳୁ ମହିଳା ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବୁଧବାର ଅନୁଷ୍ଠିତ ହେବାକୁ ଥିବା ପବିତ୍ର ମହାଶିବରାତ୍ରି ମେଳା ପାଇଁ ବ୍ଲକ ଅଞ୍ଚଳର ବିଭିନ୍ନ ଶୈବପୀଠ, ମନ୍ଦିରଗୁଡ଼ିକରେ ଅଧିବାସ ପର୍ବ ଅନୁଷ୍ଠିତ ହେବା ସହ ଚଳଚଞ୍ଚଳ ହୋଇପଡିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.