oom

ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ସ୍ମୃତିଚାରଣ ସଭା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଅଂଚଳର ଜଣାଶୁଣା ସମାଜସେବୀ ଦୁଃଖୀଶ୍ୟାମ ପାଢୀଙ୍କ ବିୟୋଗରେ ହମିରପୁର ସ୍ଥିତ ସାଇ ମନ୍ଦିରଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ ମଲ୍ଲିକ, ଡାକ୍ତର କେ କେ ଷଡଙ୍ଗୀ, ମନୋରଞ୍ଜନ ଦାଶ, ଅଜୟ ପୂଜାରୀ, ଜୀବନ ପଟ୍ଟନାୟକ, ଶଙ୍କର ଜେନା, ଦୀନବଂଧୁ ପାଢୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପାଢୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସୃତିମଧୁର ଅନୁଷ୍ଠାନ ତରଫରୁ ଭଜନ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁତି ଭୂଷଣ ପାଢୀ, ଜ୍ୟୋତି ଭୂଷଣ ପାଢୀ, ପ୍ରଣତୀ ପାଢୀ, ଇଶା ପାଢୀ, ଅଙ୍କିତା ପାଢୀ, ଅମ୍ରିତା ପାଢୀ, ପ୍ରତିଭା ପାଢୀ, ହରିଶ୍ଚନ୍ଦ୍ର ପାଢୀ, ବାବୁ ପୁହାଣ, ସୁନିତା ପୁହାଣ, ନଳିନୀ ପାଢୀ, ବିଜୟ ତ୍ରିପାଠୀ, ସୁକାନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.