oom

ଶିଶୁ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସହାୟ ଶିଶୁମାନଙ୍କ ସୁରକ୍ଷା ସଂପର୍କରେ ସଚେତନତା କର୍ମଶାଳା ଆୟୋଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଓଡିଶା ଶିଶୁ ଅଧିକାର ଆୟୋଗ, ୟୁନିସେଫ୍‌ ଏବଂ ଏଡ୍‌ଏଟ୍‌ ଆକ୍ସନ୍‌ ମିଳିତ ସହଯୋଗରେ ଶିଶୁ ସ୍ଥାନାନ୍ତରଣ ତଥା ଅନ୍ୟାନ୍ୟ ଅସହାୟ ଶିଶୁମାନଙ୍କ ସୁରକ୍ଷା ତଥା ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତିକରଣ ଉପରେ ୭ଟି ଦାଦନ ପ୍ରବଣ ଜିଲ୍ଲା ବଲାଙ୍ଗିର, ନୂଆପଡା, ବରଗଡ, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ସମ୍ବଲପୁରକୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଓଡିଶା ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ଉଦ୍‌ଘାଟନ କରିଥିଲେ । ଶିଶୁ ଅଧିକାର କମିଶନ ଅଧ୍ୟକ୍ଷା ମନ୍ଦାକିନୀ କର କହିଥିଲେ ଯେ, ଓଡିଶାର ପଶ୍ଚିମ ଜିଲ୍ଲାରେ ଶିଶୁମାନଙ୍କୁ ପ୍ରଭାବିତ କରୁଥିବା ଆହ୍ୱାନର ମୁକାବିଲା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରେ ପ୍ରବାସ ପ୍ରଭାବିତ ଶିଶୁମାନଙ୍କ ପାଇଁ ଋତୁକାଳୀନ ହଷ୍ଟେଲ ପ୍ରତିଷ୍ଠା ସାମିଲ ରହିଛି, ‘ଆଶୀର୍ବାଦ ଯୋଜୋନା’ ଭଳି ପଦକ୍ଷେପ ଜରିଆରେ କୋଭିଡ୍‌-୧୯ ଦ୍ୱାରା ଅନାଥ ହୋଇଥିବା ଲୋକଙ୍କୁ ସହାୟତା, ବାଲ୍ୟ ବିବାହ ରୋକିବା ପାଇଁ ଆକ୍ସନ୍‌ ପ୍ଲାନ୍ କାର୍ଯ୍ୟକାରୀ କରିବା, ଆଇଏଏଚ୍‌ଟିୟୁ ମାଧ୍ୟମରେ ଶିଶୁ ଚାଲାଣ ରୋକିବା ପାଇଁ ପଦକ୍ଷେପ, ଏବଂ ଶିଶୁ ଶ୍ରମିକ ରୋକିବା ପାଇଁ ପ୍ରୟାସ । ଏଡ଼୍‌ଏଟ୍‌ ଆକ୍ସନ୍‌ର ନିର୍ଦେଶକ ଉମି ଡାନିଏଲ କହିଥିଲେ ଯେ, ପଶ୍ଚିମ ଅଂଚଳ ଜିଲ୍ଲାରେ ପରିବାର ସହିତ ଋତୁକାଳୀନ ଶ୍ରମ ସ୍ଥାନାନ୍ତରଣ ଏକ ବ୍ୟାପକ ଘଟଣା । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଧାରୁଆ, ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ନାୟକ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ସରକାରୀ ଅଫିସରମାନେ ସେମାନଙ୍କ ବିଭାଗ ଦ୍ୱାରା ନିଆଯାଉଥିବା ପଦକ୍ଷେପଗୁଡିକ ସଂପର୍କରେ କହିଥିଲେ । ଏଥିସହିତ ବିଭିନ୍ନ ନାଗରିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନମାନେ ମଧ୍ୟ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ଜିଲ୍ଲାର ଶିଶୁଙ୍କ ସୁରକ୍ଷା ଦିଗରେ ଜିଲ୍ଲା ପ୍ରଶାସନର ପଦକ୍ଷେପମାନ ଉଲ୍ଲେଖ କରିଥିଲେ ।

jittmm
Leave A Reply

Your email address will not be published.