ସ୍ୱରବ୍ରହ୍ମର ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ସ୍ବରବ୍ରହ୍ମ ତରଫରୁ ଶିଶୁ ଦିବସ ଝିରପାଣିଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଚିତ୍ରକଳା ଓ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇଥିଲେ । ପୂଜକ ଉମାକାନ୍ତ ପଣ୍ଡା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଗୁରୁ ଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ । ଗୁରୁ ଶ୍ରୀ ପାଣିଗ୍ରାହୀଙ୍କ ସହିତ ବାଦ୍ୟ ଯନ୍ତ୍ରରେ ଗୁରୁ ବିଭୂତି ପତି, କୃଷ୍ଣଚନ୍ଦ୍ର ପତ୍ରିକା ଓ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ରାଜଗୋପାଳ ଦୋରା, କୈଳାଶ ଚନ୍ଦ୍ର ମହାରଣା, ଜୋସ୍ନା ନନ୍ଦ, ସିଦ୍ଧାନ୍ତ ପଣ୍ଡା, ଧନଞ୍ଜୟ ପାଣି, ରତ୍ନାବଳୀ ପଣ୍ଡା, ଶ୍ରୀୟା ଦାସ, ପ୍ରିତିରାଜ ପଣ୍ଡା, ସଂଜୀବ କୁମାର ଭୋଇ, ଅଶୋକ କୁମାର ପଟେଲ, ସୋନାଲିକା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

jittmm
Leave A Reply

Your email address will not be published.