oom

ସିନାପାଲିରେ ବିଜୁସେତୁ ଓ ମୁଖ୍ୟମନ୍ତ୍ରୀ ସଡକର ଶିଳାନ୍ୟାସ କଲେ ମନ୍ତ୍ରୀ ଦିବ୍ୟଶଙ୍କର

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ଦୁଇ ଗୋଟି ସ୍ଥାନରେ ଶିଳାନ୍ୟାସ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଛନ୍ତି । ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ଠାରୁ କୋଦୋବେଡା ରାସ୍ତାର ଗୋଡାଲ ନାଲ ଉପରେ ସୁଉଚ୍ଚ ବିଜୁ ସେତୁ ଏବଂ ଗଣ୍ତାବାହାଲି ଠାରୁ ଲିଆଡ ମୁଖ୍ୟମନ୍ତ୍ରୀ ସଡକର ଆଜି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମାନ୍ୟବର ଗୃହ, ଶିଳ୍ପ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ମନ୍ତ୍ରୀଙ୍କ କରକମଳରେ ଉକ୍ତ ସ୍ଥାନରେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଅଟକଲ ପରିମାଣ ୫୮୦.୨୮ ଲକ୍ଷର ଗଣ୍ତାବାହାଲି ଠାରୁ ଲିଆଡ ମୁଖ୍ୟମନ୍ତ୍ରୀ ସଡକର ଏବଂ ସିଙ୍ଗଝର ଠାରୁ କୋଦୋବେଡା ରାସ୍ତା ଗୋଡାଲ ନାଲ ଉପରେ ସୁଉଚ୍ଚ ବିଜୁ ସେତୁ ଅଟକଲ ପରିମାଣ ୩୩୮.୦୪ ଲକ୍ଷରେ ନିର୍ମାଣ ହେବାକୁ ଥିବା ବେଳେ ଆଜି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଶିଳାନ୍ୟାସ କରିଛନ୍ତି । ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ମିଶ୍ର ସହ ସମ୍ମାନିତ ଅତିଥି ଭାବେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ୱୋଦର ନିଆଲ, ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର, ଜିଲ୍ଲାପରିଷଦ ସଦସ୍ୟ ପ୍ରିୟ ରଂଜନ ମେହେର, ଭିଷ୍ମରାଜ ସୁନାନୀ, କନିଷ୍ଠ ଯତ୍ନୀ, ଦିବାକର ଖମାରୀ, ପ୍ରଦିପ କୁମାର ପ୍ରଧାନ, ମନ୍ଦାକିନୀ ବଘେଲ, ଅମିତ ସିଂ ଦେଓ, ସମେତ ବିଜେଡି ଓ କଂଗ୍ରେସ କର୍ମି ଉପସ୍ଥିତ ଥିବାବେଳେ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.