ଓଡ଼ିଶା ପାଠ୍ୟକ୍ରମ ରୂପରେଖ – ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସଇଁତଳା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସଇଁତଳା ଠାରେ ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସଞ୍ଚାଳନ ନିମନ୍ତେ ବ୍ଲକ୍ ସ୍ତରୀୟ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବରେ ସଇଁତଳା ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ ଯୋଶୀ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଇଁତଳା ବିଆରସିସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଭୋଇ ଯୋଗଦାନ୍ କରିଥିଲେ । ମାଷ୍ଟର ରିସୋର୍ସ ପର୍ସନ ଭାବରେ ଶିକ୍ଷକ ମନୋଜ କୁମାର ଦାସ, ଶିକ୍ଷକ ସରୋଜ କୁମାର ବୈଠାରୁ ଓ ପୁରନ ମେହେର ଯୋଗଦାନ୍ କରି ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ, ଉଦ୍ଦେଶ୍ୟ ସଂପର୍କରେ ଧାରଣା ପ୍ରଦାନ କରି ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ । ସଇଁତଳା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସ୍ଥାନୀୟ ସିଆରସିସି ପ୍ରମୋଦ କୁମାର ବୁଡେକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସିଆରସିସି ବିଜୟ ମଲ୍ଲିକ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଓ ସିଆରସିସି ଟିକେଶ୍ୱର ଭୋଇ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.