ତୁଷୁରା, (କେପିଏନ୍ଏସ୍) : ରିସର୍ଚ୍ଚ ଏକାଡେମୀ ଫର୍ ରୁରାଲ୍ ଏନ୍ରିଚ୍ମେଣ୍ଟ (ରେୟାର) ଗୁଡଭେଲା ଶାଖା ଆନୁକୂଲ୍ୟରେ ଧାନଘରା କମ୍ୟୁନିଟି ସେଣ୍ଟର ଠାରେ ଏକ ଦିବସୀୟ ଅନ୍ତର୍ନିବେଶୀ ଶିକ୍ଷା ଓ ଶ୍ରେଣୀ ପରିଚାଳନା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ କବି ଓ ଶିକ୍ଷାବିତ୍ ଡ. ହେମନ୍ତ କୁମାର ଦାଶ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଆଗଭର ହୁଅନ୍ତୁ ବୋଲି ଉଦ୍ବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ବାଗ୍ମୀ, ସ୍ତମ୍ଭକାର ତଥା ମାଷ୍ଟର ଟ୍ରେନର ନନ୍ଦି କିଶୋର ଷାଣ୍ଢ ଯୋଗ ଦେଇ ଉପରୋକ୍ତ ପ୍ରସଙ୍ଗରେ ତାଲିମ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁତିଆ ସେଠ ଯୋଗ ଦେଇଥିଲେ । କ୍ଷେତ୍ରଲାଲ ଶାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପ୍ରୋଗ୍ରାମ କୋଅର୍ଡିନେଟର ମୁକେଶ କୁମାର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ସିବିଆର୍ ୱାର୍କର୍ ଆରତୀ ରଣା ଓ ଅଶୋକ ଝାଙ୍କର ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ।