oom

ତୁରେକେଲା ଆଶ୍ରମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ଆଶ୍ରମ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଭେଷଜ ମହାବିଦ୍ୟାଳୟ ବଲାଙ୍ଗିରର ବହୁମୁଖୀ ଡିସିପ୍ଲିନାରି ଗବେଷଣା ୟୁନିଟ ଆନୁକୂଲ୍ୟରେ କିଶୋରୀ ଆଦିବାସୀଙ୍କ ରକ୍ତହୀନତା ପ୍ରକଳ୍ପ ଅନୁସାରେ କିଶୋରୀ ବାଳିକାମାନଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଥିବା ସୁଷମ ଖାଦ୍ୟାଭାବ ଜନିତ ରକ୍ତହୀନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ତାର ନିରାକରଣ ଓ କାହିଁକି ହେଉଛି ତାହାରି ଉପରେ ଗବେଷଣା କରିବା ଉଦ୍ଦେଶ୍ୟରେ ବଲାଙ୍ଗିରରୁ ଡାକ୍ତର ଶରତଚନ୍ଦ୍ର ନାଗ, ଡାକ୍ତର ପ୍ରିୟଦର୍ଶିନୀ ଶତପଥୀ, ଡାକ୍ତର ଦୀପକ ପୁଝାରି, ଡାକ୍ତର ତଥା ବୈଜ୍ଞାନିକ ପ୍ରୀତି ଦାଶ, ପ୍ରଗଳଭା ଜୟସିଂହ ଯୋଗ ଦେଇଥିଲେ । ଏହି ଶିବିରକୁ ସଫଳ କରିବାରେ ତୁରେକେଲା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ରତ୍ନାମଣି ବରାଳ, ପ୍ରଧାନ ଶିକ୍ଷକ ପାର୍ଥବ ମହାନନ୍ଦ, ତୁରେକେଲା ଆଞ୍ଚଳିକ ସାଧନକର୍ମୀ ବିରଞ୍ଚି ନାରାୟଣ ଦାଶ, ଶିକ୍ଷକ ଗୋପାଳ ଧରୁଆ, ସୂର୍ଯ୍ୟମଣି ସେଠ, ଅଙ୍ଗନୱାଡ଼ି କର୍ମୀ ଦିବାନୀ ରଣା, କୌଶଲ୍ୟା ନାଗ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.