oom

ରୋଟାରୀ ଏଲିଟ ତରଫରୁ ନିଃଶୁଳ୍କ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚାଣ୍ଟିମୁଣ୍ଡା ଗ୍ରାମସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟଠାରେ ରୋଟାରୀ ଏଲିଟ ତରଫରୁ ନିଃଶୁଳ୍କ ଆୟୁର୍ବେଦିକ ଚିକିତ୍ସା ଶିବିର ‘ଆୟୁର ସ୍ୱାସ୍ଥ୍ୟମେଳା’ ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୨୩୦ ଜଣଙ୍କ ନାମ ପଞ୍ଜିକୃତ ହୋଇ ମାଗଣା ଚିକିତ୍ସା ସହିତ ଔଷଧ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ୪ଟି ବିଭାଗ ଯଥା ମେଡ଼ିସିନ, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି ସହିତ ଶିଶୁରୋଗର ଅଭିଜ୍ଞ ତଥା ପ୍ରତିଷ୍ଠିତ ଡାକ୍ତର ଯୋଗଦେଇ ସମସ୍ତଙ୍କୁ ଚିକିତ୍ସା କରିଥିଲେ । ଶିବିରକୁ ସଫଳ କରିବା ପାଇଁ ଡାକ୍ତର ନିତ୍ୟାନନ୍ଦ ଦାସ ଠାକୁର, ଡାକ୍ତର ବିପିନ ବିହାରୀ ମିଶ୍ର, ଡାକ୍ତର ଚନ୍ଦ୍ରଶେଖର ସାମନ୍ତ, ଡାକ୍ତର ଆମ୍ବୁଜା କୁମାର ବିଶ୍ୱାଳ, ଡାକ୍ତର ଗଣେଶ ମେହେର, ଡାକ୍ତର ସୁଶାନ୍ତ କୁମାର ମେହେର, ଡାକ୍ତର ସୀମାଦ୍ରୀ ଭୂଷଣ ନାୟକ ଓ ଡାକ୍ତର ଜ୍ୟୋତିରଞ୍ଜନ ମେହେର ପ୍ରମୁଖ ମାଗଣା ଆୟୁର୍ବେଦିକ ଚିକିତ୍ସା ପ୍ରଦାନ କରିଥିଲେ । ଏଥିରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ହାଉସ୍‌ ସର୍ଜନ ଡାକ୍ତର ବୁଲୁ ମେହେର, ଡାକ୍ତର ସନ୍ଦୀପ ମେହେର, ଡାକ୍ତର ମହେଶ ପ୍ରଧାନ, ଡାକ୍ତର ଗୌରୀଶଙ୍କର ସାହୁ, ଡାକ୍ତର ବଦ୍ରିନାଥ ବେହେରା, ଡାକ୍ତର ସପନ ପଶାୟତ, ଡାକ୍ତର କୀର୍ତ୍ତିବର୍ଦ୍ଧନ ରାଉତ, ସୁମିତ ବେହେରା, ସୌମ୍ୟକାନ୍ତ ଗହନ ଓ ଅମ୍ରିତ ନାୟକ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କୁ ଚିକିତ୍ସାରେ ସହାୟତା କରିଥିଲେ । ଶିବିର ଶେଷରେ ରୋଟାରୀ ଏଲିଟର ସଭାପତି ବିଶ୍ୱଜିତ ଦାସ ଓ ସାମ୍ୱାଦିକା ଦୀପିକା ପାଣିଗ୍ରାହୀ ସମସ୍ତ ଡାକ୍ତରମାନଙ୍କୁ ଉପଢୌକନ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଶିବିରକୁ ସଫଳ କରିବାପାଇଁ ପୁରୁଷୋତ୍ତମ ହାଇସ୍କୁଲର ପରିଚାଳନା କମିଟି ସଭାପତି ଗଗନ ନାଥ, ଜନକପୁରର ନବକିଶୋର ଯୁବକ ସଙ୍ଘର ସଭ୍ୟମାନେ ତଥା ରୋଟାରୀ ଏଲିଟର ସଭ୍ୟମାନେ ସହଯୋଗ କରିଥିଲେ । ଆଗାମୀ ଦିନରେ ଆୟୁର୍ବେଦିକ ଚିକିତ୍ସାର ପ୍ରସାର ପାଇଁ ଏହି ଭଳି ଶିବିର ପ୍ରତ୍ୟେକ ଗ୍ରାମରେ କରିବାକୁ ଚେଷ୍ଟା କରାହେବ ବୋଲି ରୋଟାରୀ ଏଲିଟର ସଭାପତି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.