
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତାର ପଞ୍ଚାୟତ ଅଫିସଠାରେ ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ୧୨ ଦିନିଆ ବାଉଁଶ ହସ୍ତକଳା ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ୩୦ ଜଣ ପ୍ରଶିକ୍ଷାର୍ଥୀ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗ ନେଇଥିଲେ । ଏହି ତାଲିମ ଶିବିରରେ ବିଭିନ୍ନ ଘର ସଜ୍ଜା ସାମଗ୍ରୀ ଉପରେ ତାଲିମ ଦିଆଯାଇଥିଲା । ଏହି ଶିବିରର ଉଦ୍ଯାପନୀ ଉତ୍ସବରେ ନାବାର୍ଡର ଏଜିଏମ୍ ତାପସ ବେହେରା, ସରପଞ୍ଚ ବିଚ୍ଛା ମିଞ୍ଜ, ସମିତି ସଭ୍ୟ ସୁନିତା ମିଞ୍ଜ, ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘର ସମ୍ପାଦିକା ପୁଷ୍ପା ବାଘେ, ଦକ୍ଷ ନଥିପତ୍ର ପରିଚାଳକ ଆଶା ଟିଗା ଓ ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ମିଶ୍ର, ସମାଜସେବୀ ବିବେକାନନ୍ଦ ଦାସ ପ୍ରମୁଖ ଯୋଗଦାନ କରି ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ଦେଇଥିଲେ । ନାବାର୍ଡର ଏଜିଏମ୍ ଏହି ଗୃପକୁ ନେଇ କେମିତି ଗୋଟାଏ ଉତ୍ପାଦନକାରୀ ଗୋଷ୍ଠୀ କରାଯାଇ ପାରିବ ଏବଂ ବିଭିନ୍ନ ସୂତ୍ରରୁ କିପରି ସରକାରୀ ସହାୟତା ପାଇ ପାରିବେ ସେ ଦିଗରେ ଆଲୋକପାତ କରିଥିଲେ । ସରପଞ୍ଚ ଶ୍ରୀ ମିଞ୍ଜ ଏକ ଦୋକାନ ଗୃହ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି । ଜିପିଏଲ୍ଏମ୍ ସମ୍ପାଦିକା ଏହି ଉତ୍ପାଦନକାରୀ ଗୋଷ୍ଠୀକୁ ବ୍ଲକ ତରଫରୁ କିପରି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସମିତି ସଭ୍ୟା ସୁନିତା ମିଞ୍ଜ ସମସ୍ତ ସିଆର୍ପିମାନଙ୍କୁ ଏହି ଗୋଷ୍ଠୀକୁ କିପରି ଭାବରେ ଅଧିକ ମଜଭୁତ କରାଯାଇ ପାରିବ ସେ ବିଷୟରେ ସେ ବୁଝାଇ ଥିଲେ । ଶେଷରେ ଆଦର୍ଶ ଅନୁଷ୍ଠାନର ସଂଯୋଜକ ତ୍ରିଲୋଚନ ପ୍ରଧାନ ଓ ଜୁଲୁ ଶୁଭସୁନ୍ଦର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।