
ବଲାଙ୍ଗିର, (କେପିଏନ୍ଏସ୍) : ସ୍ମାଇଲ ଫର୍ ଅଲ୍ ଫାଉଣ୍ଡେସନ ଓ ଥ୍ରୀ-ଏମ୍ର ମିଳିତ ଉଦ୍ୟମରେ ଗୁଡଭେଲା ବ୍ଲକ ସ୍ଥିତ ସମରା ଗ୍ରାମରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସମୂହଙ୍କ ସବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡା ମହମ୍ମଦ ତାରିକ୍ (ଶଲ୍ଲୀ ବିଶେଷଜ୍ଞ), ଡ଼ା ସ୍ଵାଧୀନ ମିଶ୍ର (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ), ଡ଼ା ପ୍ରଣତି ସାହୁ (ଚକ୍ଷୁ ବିଶେଷଜ୍ଞ) ଓ ଡ଼ା ଆଶିଷ ବିଶ୍ୱାସ (ସାଧାରଣ ସେବା) ଇତ୍ୟାଦି ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଗଣା ଚିକିତ୍ସା ତଥା ଔଷଧ ବିତରଣ ହୋଇଥିଲା । ଉକ୍ତ ସମସ୍ତ କାର୍ଯ୍ୟକୁ ସ୍ମାଇଲ ଫର୍ ଅଲ୍ ଫାଉଣ୍ଡେସନ ପ୍ରୋଜେକ୍ଟ କର୍ଡିନେଟର ବି. ପ୍ରୀତମ କୁମାର ପରିଚାଳନା କରିଥିଲେ ।