jayashree

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ୟାମସୁନ୍ଦର ମଲିକ ବାଲିଖମାର ପଞ୍ଚାୟତରେ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାଲିଖମାର ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଲଶଖମାର ପଞ୍ଚାୟତ ନିର୍ବାଚନରେ ଶ୍ୟାମସୁନ୍ଦର ମଲିକ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । କୈାଣସି କାରଣକୁ ନେଇ ୩୦.୧୦.୨୦୧୮ ପଞ୍ଚାୟତ ରାଜ ବିଭାଗର ତରଫରୁ ସରପଞ୍ଚ ପଦବୀରୁ ଓହରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ଶ୍ରୀ ମଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଶ୍ରୀ ମଲିକଙ୍କ ସପକ୍ଷରେ ରାୟ ପ୍ରଦାନ କରିବା ସହ ବାଲିଖମାର ପଞ୍ଚାୟତର ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହେବାକୁ ପତ୍ର ସଂଖ୍ୟା ଡବ୍ଳୁପି(ସି) ନଂ ୯୦୬୦ ତା ୨୯.୫.୨୦୨୧ ଅନୁସାରେ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଆଦେଶକୁ ନେଇ ଶ୍ରୀ ମଲିକ ବଲାଙ୍ଗିର ଜିଲ୍ଲାପାଳ, ପଞ୍ଚାୟତ ରାଜ ସଚିବ ଓ ପାନୀୟ ଜଳବିଭାଗ ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ମଲିକଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତ ବିଭାଗ ବାଲିଖମାର ପଞ୍ଚାୟତର ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହୋଇଥିବାରୁ ସରପଞ୍ଚ ଶ୍ୟାମସୁନ୍ଦର ମଲିକ ପଞ୍ଚାୟତ ଅଧିବାସୀଙ୍କୁ କୃତଜ୍ଞତା ଜଣାଇବା ସହ ପଞ୍ଚାୟତର ଉନ୍ନତି କରିବା ପାଇଁ ସମସ୍ତ ନିର୍ବାଚିତ ଓ୍ବାର୍ଡମେମ୍ବର ଓ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି । ସୁଚନା ଯୋଗ୍ୟ ଯେ, ସରପଞ୍ଚ ଶ୍ୟାମସୁନ୍ଦର ମଲିକ ଜଣେ ପରୋପକାରୀ ବ୍ୟକ୍ତି ଅଟନ୍ତି । ବାଲିଖମାର ପଞ୍ଚାୟତର ପୁନଃ ସରପଞ୍ଚ ପଦବୀରେ ଶ୍ରୀମଲିକଙ୍କୁ ଅବସ୍ଥାପିତ ଆଦେଶ ଦେଇଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଉଚ୍ଚତମ ନ୍ୟାୟାଳୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.