oom

ବଲାଙ୍ଗିର ଜିଲ୍ଲାରେ ‘ମୋ ମଶାରୀ ଅଭିଯାନ’ ଓ ମ୍ୟାଲେରିଆ ରୋଗର ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ନିଧି ରଥ’ର ଶୁଭାରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ “ମୋ ମଶାରୀ ଅଭିଯାନ’ ଜରିଆରେ କୀଟନାଶକ ଉପଚାରିତ ଦୀର୍ଘସ୍ଥାୟୀ ମଶାରୀର ବ୍ୟବହାର ଓ ମ୍ୟାଲେରିଆ ରୋଗ ନିରାକରଣ ତଥା ପ୍ରତିକାର ସଂପର୍କରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବ୍ଲକ ଅଂଚଳରେ “ନିଧି ରଥ’ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ୫ଗୋଟି ନିଧି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ନିଧି ରଥ ବ୍ଲକ ଅନ୍ତର୍ଗତ ଗ୍ରାମ ଗୁଡ଼ିକୁ ଯାଇ ସଚେତନ କରିବ । ବଲାଙ୍ଗିର ଜିଲ୍ଲାରେ ଆସନ୍ତା ୨୧ ତାରିଖଠାରୁ ୩୦ ତାରିଖ ମଧ୍ୟରେ କାର୍ଯ୍ୟସୂଚୀ ଅନୁସାରେ କୀଟନାଶକ ଉପଚାରିତ ଦୀର୍ଘସ୍ଥାୟୀ ମଶାରୀ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ୪,୦୫,୮୦୨ ପରିବାରକୁ ୧୦,୨୫,୦୬୨ କୀଟନାଶକ ଉପଚାରିତ ଦୀର୍ଘସ୍ଥାୟୀ ମଶାରୀ ବଂଟନ କରାଯିବାର ଲକ୍ଷ୍ୟ ରଖାଯାଇଛି । ମଶାରୀ ବଂଟନ କାର୍ଯ୍ୟକ୍ରମରେ ଆଶା, ଅଙ୍ଗନବାଡ଼ି କର୍ମୀ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ତଥା ବିଭିନ୍ନ ସ୍ୱେଚ୍ଛାସେବୀଙ୍କ ମିଶାଇ ମୋଟ ୧୨୭୧୦ ଜଣଙ୍କୁ ନିୟୋଜିତ କରାଯାଇଛି । ଜନସାଧାରଣ ଯେପରି ମଶାରୀର ଉପଯୁକ୍ତ ବ୍ୟବହାର କରିବେ ତଥା ମ୍ୟାଲେରିଆରୁ ନିଜକୁ ରକ୍ଷା କରିପାରିବେ ସେ ସଂପର୍କରେ ବ୍ୟାପକ ଜନ ସଚେତନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଆଜି ଅନୁଷ୍ଠିତ ଏହି ନିଧି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦିବ୍ୟକିଶୋର ପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସୁଧା ବାର୍ଲା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା. ତୁଷାରକାନ୍ତ ଠାକୁର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ନମିତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ରୀତାଂଜଳି ମିଶ୍ର, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.