କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲର ପ୍ରତିଷ୍ଠାତା ଶ୍ରୀରାମଚନ୍ଦ୍ର ସାହୁଙ୍କ ଦେହାନ୍ତ : ମୃତ ଶବକୁ ଗାଁ ପରିକ୍ରମା ପରେ ଗାଁ ମଶାଣିରେ ହେଲା ଶବ ସଂସ୍କାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆଝର ଗାଁର ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଓ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ବରିଷ୍ଠ ସମାଜ ସେବୀ ଶ୍ରୀରାମଚନ୍ଦ୍ର ସାହୁ(୮୦)ଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ସାହୁ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । ଶୁକ୍ରବାର ସକାଳେ ତାଙ୍କ ମର ଶରୀରକୁ ଗାଁରେ ପରିକ୍ରମା କରିବା ପରେ ସ୍ଥାନୀୟ ‌ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ତାଙ୍କ ପୁଅ ପଞ୍ଚାନନ ମୁଖାଗ୍ନି ଦେଇଥିଲେ । ଏହି ଶୋକାକୁଳ ପରିବେଶରେ ଜିଲ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ ପ୍ରମୁଖ ପରିବାର ଲୋକଙ୍କ ସହ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ । ନବେ ଦଶକରେ ନିଜ ଗାଁରେ ଶିକ୍ଷାର ବିସ୍ତାର ପାଇଁ ଭୂମିଦାନ କରି ନିଜ ନାରେ ଏକ ହାଇସ୍କୁଲ ଗଢ଼ି ତୋଳିଥିଲେ । ଏପରି ଜଣେ ହୃଦୟବାନ ମଣିଷଙ୍କ ଦେହାନ୍ତ ହେବାର ଖବର ପ୍ରଚାରିତ ହେବା ଯୋଗୁଁ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.