ପଦ୍ମପୁର ଟାଉନ କ୍ଲବ ଠାରେ ସ୍ୱର୍ଗତଃ ପର୍ଶୁରାମ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଠାରେ ପଦ୍ମପୁରର କଳିଙ୍ଗ ଗ୍ରୁପର ପ୍ରତିଷ୍ଠାତା ତଥା ସମାଜସେବୀ ସ୍ୱର୍ଗତଃ ପର୍ଶୁରାମ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଗତ ତା ୫/ ୧୦/୨୦୨୧ ମଙ୍ଗଳବାର ରାତିରେ ତାଙ୍କର ପଦ୍ମପୁର ସ୍ଥିତ ବାସ ଭବନରେ ପରଲୋକ ଘଟିଥିବା ବେଳେ ଆଜି ସ୍ଥାନୀୟ ଟାଉନ କ୍ଲବ ଠାରେ ସଦସ୍ୟ ମାନେ ଉପସ୍ଥିତ ରହି ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ । ଟାଉନ କ୍ଲବ ନିର୍ମାଣ ସମୟରେ ତାଙ୍କର ବିଶେଷ ଅବଦାନ ରହିଥିବା ସହ ପଦ୍ମପୁରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କର ଅଗ୍ରଣୀ ଭୂମିକା ରହୁଥିଲା ବୋଲି କ୍ଲବର ସଭାପତି ଶିରିଷ କୁମାର ବହିଦାର ତାଙ୍କର ସମ୍ବୋଧନରେ ପ୍ରକାଶ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ତରଫରୁ ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ବରିଷ୍ଠ ସଦସ୍ୟ ବାୟାନିଧି ସାହୁ, ସୁଶୀଲ ଶର୍ମା, ଧନମାଲି ସାହୁ, ପ୍ରତାପ ମିଶ୍ର, ଅଶୋକ କୁମାର ମିଶ୍ର, ପ୍ରୀତେଶ କୁମାର ବହିଦାର, ତରଣୀସେନ ସାହୁ, ସୁଶାନ୍ତ କୁମାର ରଥ, ଜି.ଶ୍ରୀନିବାସ ରାଓ, ନରେଶ ସୁନ୍ଦର ସାହୁ, ଶୁଭମ ପଟ୍ଟନାୟକ, ସୋମେଶ ଚନ୍ଦ୍ର ମହାନ୍ତି, ଦିନେଶ ବାରିକ, ହୃତିକ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃଙ୍କ ଆତ୍ମା ଶାନ୍ତି ପାଇଁ କାମନା କରିଥିଲେ ।

jittmm
Leave A Reply

Your email address will not be published.