ଦିବ୍ୟ ଆତ୍ମା ପ୍ରଫେସର ମନୋଜ ଦାସଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

କଟକ, (ଚକ୍ରବର୍ତ୍ତୀ ଓତା) : ଆଜି ସଂଧ୍ୟା ୭ଘଟିକା ସମୟରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ତରଫରୁ ସାରସ୍ୱତ ସାଧକ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଶଙ୍କର୍ଷଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ବୋର୍ଡ ଅଫ୍‌ ରେଭିନ୍ୟୁର ସେକ୍ସନ ଅଫିସର୍‌ ଉର୍ମିିଳା ମହାନ୍ତି ଯୋଗଦାନ କରି ସ୍ୱର୍ଗତଃ ଦାସଙ୍କର ବାଲ୍ୟ ଜୀବନୀ ଓ ସାରସ୍ୱତ ସାଧନା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ୪୨ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା ମତବ୍ୟକ୍ତ କରିଥିଲେ ଯେ ସାହିତ୍ୟ ଜଗତର ମଉଡମଣୀ ସର୍ବ ନମସ୍ୟ ପ୍ରଫେସର୍‌ ମନୋଜ ଦାସ ପୂଜ୍ୟ ଆମ୍ଭମାନଙ୍କ ମଧ୍ୟରେ ଆଜି ନାହାନ୍ତି ମାତ୍ର ତାଙ୍କର ସାହିତ୍ୟ ସଦାସର୍ବଦା ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଶିବ ପ୍ରସାଦ ପଣ୍ଡା ସ୍ୱର୍ଗତଃ ଦାସଙ୍କ ସାହିତ୍ୟ କୃତିକୁ ଅନୁସରଣ କରିପାରିଲେ ତାଙ୍କ ପ୍ରତି ଆମ୍ଭର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ମତ ଦେଇଥିଲେ । ସଭାପତି ସଂକର୍ଷଣ ସେନାପତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ପ୍ରଫେସର ମନୋଜ ଦାସଙ୍କର ଯୁଗାନ୍ତକାରୀ ସୃଷ୍ଟ ଦିବ୍ୟ ଜନନୀ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଚେତନାର ଏକ ନିର୍ଝର । ତାଙ୍କ ପ୍ରତିଟି ସୃଷ୍ଟିରେ ଆଧ୍ୟାତ୍ମିକତା ପରିପୂର୍ଣ୍ଣ ଥିଲା । ସେ ଜେଣ ଅସ୍ପୃହାଶୀଳ ଭାଗବତ ଚେତନାର ଦିପ୍ତୀମନ୍ତ ଜ୍ୟୋତି ଶିଖାଟିଏ । ଅନ୍ୟମାନଙ୍କ ମଧ୍ୟରେ ପିତବାସ ସାହୁ, ବାସନ୍ତୀ ସାହୁ, ତ୍ରିଲୋଚନ ବାରିକ, ଜୟନ୍ତ କୁମାର ଦାସ, ଜ୍ୟୋତିରଂଜନ ଦାସ, ଯଚିନ୍ଦ୍ରନାଥ ବେହେରା, ଆଭାରାଣୀ ପରିଡା, ଶ୍ରାବନ୍ତିକା ମହାନ୍ତି, ପ୍ରିୟଦର୍ଶନୀ ମିଶ୍ର ପ୍ରମୁଖ ଉପସ୍ଥିତ ସ୍ୱର୍ଗତଃ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ଅନୁଷ୍ଠାନର ବରିଷ୍ଠ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପୂର୍ଣ୍ଣଯୋଗର ସାଧକ, ଆର୍ନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ କଥାକାର, ଗାଳ୍ପିକ, ପଦ୍ମଶ୍ରୀ, ପଦ୍ମଭୂଷଣ ଡଃ ମନୋରଂଜନ ଦାସଙ୍କ ସ୍ମୃତି ଅଗଣିତ ପାଠକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିଥିବ । ଆମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରି ପାରିଲେ ତାଙ୍କ ପ୍ରତି ଆମ୍ଭର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହି ସେହି ଦିବ୍ୟ ଆତ୍ମାକୁ ସଶ୍ରଦ୍ଧ ପ୍ରଣାମ କରିଥିଲେ । ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.