oom

ବଲାଙ୍ଗିରରେ ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଶିଷ୍ଟ କ୍ରୀଡ଼ାବିତ୍‌ ତଥା ସମାଜସେବୀ ସ୍ୱର୍ଗତ ସୁମନ୍ତ ଭୋଇ ଓ କଳାହାଣ୍ଡି ଜିଲାରେ କାର୍ଯ୍ୟରତ ସାମ୍ବାଦିକ ରୋହିତ୍‌ ବିଶ୍ୱାଳଙ୍କ ମୃତ୍ୟୁରେ ଦିବଗଂତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଯୁବ ସଙ୍ଗଠକ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ତଥା ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଘରୋଇ ବସ୍‌ ମାଳିକ ସଂଘର ସଭାପତି ହେମନ୍ତ ପଣ୍ଡା, ମନୋରଞ୍ଜନ ପୁରୋହିତ, ପ୍ରଭାସ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ବିଧୁଭୂଷଣ ତ୍ରିପାଠୀ, ମନରଞ୍ଜନ ସାହୁ, ରାମ ନାରାୟଣ ଦାଶ, ଅମିତ ନାୟକ, ବିକାଶ ସା, ସଂଜୀବ ସାହୁ, ଅଙ୍କୁଶ ପାଣ୍ଡିଆ ସ୍ମୃତିଚାରଣ କରିଥିଲେ । ପ୍ରଥମେ ଦୁଇ ଦିବଗଂତଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯିବା ପରେ ଜଣେ ପରେ ଜଣେ ପୁଷ୍ପ ଦେଇ ବିଗତ ଦିନରେ ଦିବଗଂତଙ୍କ ସହ ବିତାଇ ଥିବା ସମୟ ଓ ବଲାଙ୍ଗିର କ୍ରୀଡ଼ା ଜଗତକୁ ତଥା ନୂତନ ବସଷ୍ଟାଣ୍ଡ ନିର୍ମାଣ ଦାବୀ ସମ୍ପର୍କରେ ଅନେକ କିଛି ତଥ୍ୟ ଓ କଥ୍ୟ ମତପ୍ରକାଶ ପାଇଥିଲା । ସେହିପରି କଳାହାଣ୍ଡି ଜିଲ୍ଲା ମୋହନଗିରିର ସାମ୍ବାଦିକ ରୋହିତ ବିଶ୍ୱାଳ(୫୦)ମାଓ ପୋଷ୍ଟର ସମ୍ପର୍କିତ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମୋହନଗିରି-ମ.ରାମପୁର ରାସ୍ତାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବସ୍ଫୋରଣରେ ତାଙ୍କ ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାର ହେବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁକୁ ନେଇ ସଭାରେ ନୀରବ ପ୍ରାର୍ଥନା କରାଯିବା ସହ ଅଶୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସାମ୍ବାଦିକ, ସମାଜସେବୀ ତଥା ସହରର ଜନସାଧାରଣ ଯୋଗଦେଇ ଦୁଇ ଜଣ ଦିବଗଂତଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.