oom

ତିହାର ଲୋକ ମହୋତ୍ସବ ସମିତି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ଓ ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

jsmm
  • ସମ୍ବଲପୁରୀ ସାହିତ୍ୟ ସାଧନା ପାଇଁ ତିହାର ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯିବ ମଙ୍ଗଳୁ ଚରଣ ବିଶ୍ୱାଳ ସ୍ମୃତି ସମ୍ମାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ତିହାର ଲୋକ ମହୋତ୍ସବ ସମିତି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ଓ ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗତକାଲି ମହୋତ୍ସବ ସମିତି ସଭାପତି ପୂର୍ବ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ବ ଓ ସଂଯୋଜକ ରବି ପଣ୍ଡାଙ୍କ ସଂଯୋଜନାରେ ଭର୍ଚୁଏଲ୍ ମୋଡରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରି ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବ ସମ୍ମତିକ୍ରମେ ତିହାର ଲୋକ ମହୋତ୍ସବ ସମୟରେ ସ୍ୱର୍ଗତ ମଙ୍ଗଳୁ ଚରଣ ବିଶ୍ୱାଳଙ୍କୁ ସବୁଦିନ ସ୍ମୃତିରେ ରଖିବା ପାଇଁ ତିହାର ଲୋକ ମହୋତ୍ସବ ସମିତି ପକ୍ଷରୁ ସମ୍ବଲପୁରୀ ସାହିତ୍ୟ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜଣେ ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟ ସାଧକଙ୍କୁ ମଙ୍ଗଳୁ ଚରଣ ବିଶ୍ୱାଳ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉନ୍ନି କ୍ରିଷ୍ଣନ ନାୟାର, ସମ୍ପାଦକ ଅରବିନ୍ଦ ପାତ୍ର, ଯୁଗ୍ମ ସମ୍ପାଦକ ନରେନ୍ଦ୍ର ଦାଶ, ବରିଷ୍ଠ ସଦସ୍ୟ ରାଜେଶ ଅଗ୍ରୱାଲ, ସୁରେନ୍ଦ୍ର ନାୟକ, କେ.ପି. ଶ୍ରୀନିବାସ, ଗୋପୀନାଥ ପ୍ରଧାନ, ନରୋତ୍ତମ ପଣ୍ଡା, ସୁଶାନ୍ତ ଅଗ୍ରୱାଲ, ଭୂପେନ୍ଦ୍ର ପଟେଲ, ମନୋଜ ଶତପଥୀ, ନିର୍ମଳ ପ୍ରଧାନ, ଅବିନାଶ ପ୍ରଧାନ, ଦୀପକ ରାଏ, ପିଣ୍ଟୁ ଅଗ୍ରୱାଲ, ଜିତୁ ଭୋଇ, ଉଷ୍ମାନ ଖାଁ, ଫଗନୁ, ଅଶୋକ ପ୍ରଧାନ, ବାବୁଲା ସାହୁ, ଶଙ୍କର ବାରିକ, ମନୋହର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.