ବାହାନଗା ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକ ଛକଠାରେ ରେଳ ଦୁର୍ଘଟଣାରେ ମୃତାହତଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦୀପ ପ୍ରଜ୍ଜଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅନୁଷ୍ଠାନର ମୁଖ୍ୟ ନୀଲମ ସାହୁ, ଅଶୋକ ଦକ୍ଷିଣ ରାୟ, ଗ୍ରେସୀ ଡେଭିଡ, ବିଜୟ ସୁନ୍ଦରରାୟ, ଜାହାଙ୍ଗିର ହକ, ବିଶ୍ୱଜିତ ରାଉତ, ନରେନ୍ଦ୍ର ସିଂ କଲ୍ଲା, ରୀତୁ ସୁନା, ନୱସ୍ୱା ଖାତୁନ, ମେଘନାଥ ମହତୋ, କରୁଣାକର ସାହୁ, ଆନନ୍ଦ କର, କୁଞ୍ଜବିହାରୀ ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ଅନୁଷ୍ଠାନ ତରଫରୁ ପ୍ରତିମା ସାହୁଙ୍କ ନେତୃତ୍ୱରେ ଉପରୋକ୍ତ ସଦସ୍ୟମାନେ ରାଉରକେଲା ନବନିଯୁକ୍ତ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେବା ସହ ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ରାଉରକେଲାର ଶାନ୍ତି ଶୃଙ୍ଖଳା ବଜାୟ ରହିବ ବୋଲି ଆଶା ପ୍ରକଟ କରିଥିଲେ ।

jittmm
Leave A Reply

Your email address will not be published.