
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତକାଲି କାଶ୍ମୀରର ପହେଲଗାମରେ ଆତଙ୍କବାଦୀ ଘଟାଇଥିବା ବର୍ବରକାଣ୍ଡ ପାଇଁ ଆଜି ସାରା ଦେଶବାସୀଙ୍କ ଆଖିରେ ଲୁହ ବାହାରୁଛି । ଅଯଥାରେ ହିନ୍ଦୁ ବୋଲି ଜାଣିବା ପରେ ୨୬ ଜଣଙ୍କୁ ନିର୍ମମ ଭାବେ ଗୁଳି ମାରି ପରିବାର ବର୍ଗଙ୍କ ସମ୍ମୁଖରରେ ଜୀବନରେ ମାରି ଦେବା ଭଳି ଅମାନୁଷିକ ଆକ୍ରମଣର ଶିକାର ହୋଇ ଜୀବନ ହରାଇଛନ୍ତି ୨୬ ଜଣ ବ୍ୟକ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ଏହାର ବଦଲା ନେବାକୁ ଦାବୀ ହେଉଥିବା ବେଳେ ସାରାଦେଶରେ ଆଜି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ବ୍ଲକ ଖୋଲାନ ଗ୍ରାମ ପଞ୍ଚାୟତର ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ବୁଧବାର ସଂଧ୍ୟାରେ ଗ୍ରାମବାସୀମାନେ ହାତରେ କ୍ୟାଣ୍ଡେଲ ଧରି ଏକ ଶାନ୍ତି ଶୋଭାଯାତ୍ରାରେ ବାହାରି ତାଙ୍କର ଅମର ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ । ଜୀବନ ହରାଇଥିବା ବ୍ୟକ୍ତିଙ୍କ ପ୍ରାଣ ଯେପରି ଯାଇଛି ଏହି କାଣ୍ଡ ଭିଆଇଥିବା ଆତଙ୍କିଙ୍କୁ ବିଚ୍ ବଜାରରେ ଗୁଳିମାରି ଦିଆଯାଉ ବୋଲି ସରପଞ୍ଚ ଶ୍ରୀ ଅଗ୍ରୱାଲ କହିଛନ୍ତି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଆବାଳ ବୃଦ୍ଧବନିତା ସାମିଲ ହୋଇଥିଲେ ।