oom

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଉତ୍ତର ଭୋଗରାଇ ଶାଖା ପକ୍ଷରୁ ୨୯ତମ ‘ଶିଶୁ ଉତ୍ସବ’

jsmm

ଭୋଗରାଇ : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଉତ୍ତର ଭୋଗରାଇ ଶାଖା ପକ୍ଷରୁ ୨୯ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତ ଅନ୍ତର୍ଗତ ଦୁବସାହି ଗୟାପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏହି ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଉତ୍ସବ କମିଟିର ଅଧ୍ୟକ୍ଷ ଅକ୍ଷୟ କୁମାର ପରିଡ଼ା ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଉତ୍ତର ଭୋଗରାଇ ଅଞ୍ଚଳର ସମୁଦାୟ ୨୩ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, କଣ୍ଠ ସଙ୍ଗୀତ, ଆବୃତ୍ତି, ଚିତ୍ରାଙ୍କନ, ଗଳ୍ପ ଲିଖନ, ଏକାଙ୍କିକା, ସାଧାରଣ ଜ୍ଞାନ, ବୁଦ୍ଧି ପରୀକ୍ଷା, କବିତା ଲିଖନ ଆଦି ୧୦ଟି ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଓଷ୍ଟା ଉତ୍ତର ଭୋଗରାଇ ଶାଖା ସଭାପତି ଗୌରୀଶଙ୍କର ତ୍ରିପାଠୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ବାଲେଶ୍ଵର ଜିଲ୍ଲା ସଭାପତି ବାଦଲ ଚନ୍ଦ୍ର ପାତ୍ର, ବିଶିଷ୍ଟ ଅତିଥି ଭାବେ ଓଷ୍ଟା ରାଜ୍ୟ ସଂଘର ପୂର୍ବତନ ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ଓଷ୍ଟା ଜିଲ୍ଲା ଯୁଗ୍ମ ସମ୍ପାଦକ ରାଜେନ୍ଦୁ ବିକାଶ ପାତ୍ର, ସମ୍ମାନିତ ଅତିଥି ଭାବେ ଓଷ୍ଟା ଦକ୍ଷିଣ ଭୋଗରାଇ ସଭାପତି ଶ୍ରୀନିବାସ ପ୍ରଧାନ ଓ ସମ୍ପାଦକ ନଟରଞ୍ଜନ ଘରାଇ, ଉତ୍ତର ଭୋଗରାଇ ଓଷ୍ଟା ପୂର୍ବତନ ସଭାପତି ବିଜୟାନନ୍ଦ ପଟ୍ଟନାୟକ ଓ ପର୍ଶୁରାମ ଦେ, ଓଷ୍ଟା ଜଳେଶ୍ଵର ଶାଖା ସଭାପତି ସୁକୁମାର ମିଶ୍ର ଓ ସମ୍ପାଦକ ବଂଶୀଧର ବାରିକ, ସିଆରସିସି ପଦ୍ମଲୋଚନ ପାତ୍ର, କବି ଶ୍ରୀକୁମାର ଘୋଷ, ଜିଲ୍ଲା ପରିଷଦ ସଦସ୍ୟା କବିତା ମହାନ୍ତି, ସମାଜସେବୀ ଧୀରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ପଦୋନ୍ନତି ପାଇଥିବା ବିଭିନ୍ନ ବିଦ୍ୟାଳୟର ୭ ଜଣ ପ୍ରଧାନ ଶିକ୍ଷକ ଏବଂ ୨୧ ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷା କର୍ମଚାରୀଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ତର ଭୋଗରାଇ ଯୁଗ୍ମ ସମ୍ପାଦକ ବ୍ରଜଗୋପାଳ ଦାସ ମଞ୍ଚ ଆହ୍ୱାନ କରିଥିବା ବେଳେ ଶିକ୍ଷକ ଉଦୟ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶଶୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି କୁଳମଣି ଜେନା, ରଞ୍ଜନ କୁମାର ଘଡ଼ାଇ ଓ ପ୍ରତିଭା ପାତ୍ର, ସହ ସମ୍ପାଦକ ଭବଶଙ୍କର କରଣ ଓ ଅଜୟ କୁମାର ପାତ୍ର, ସାଙ୍ଗଠନିକ ସମ୍ପାଦକ ଚକ୍ରଧର ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.