om academy

ମୋ ସେବା କେନ୍ଦ୍ର ଉଦ୍‌ଘାଟିତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଦଶହରା ଅବସରରେ ନିଜିଗଡ଼ ତାପଙ୍ଗ ଗ୍ରାମ ପାଞ୍ଚୟତର ଅଣ୍ଡାଗ୍ରାମ ସ୍ଥିତ ମୋ ସେବା କେନ୍ଦ୍ର ସରପଞ୍ଚ ଶ୍ରୀମତୀ ରଶ୍ମିତା ବ୍ରହ୍ମାଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତାପ କୁମାର ବ୍ରହ୍ମା, ହରେକୃଷ୍ଣ ଚମ୍ପତି, ବସନ୍ତ ସେଠି, ଗଣେଶ ବେହେରା, ଦୀପକ କୁମାର ଛୋଟରାୟ, ଅନିଲ ସାହୁ, ସୁଦୀପ୍ତ ବରାଳ, ଚନ୍ଦ୍ରକାନ୍ତ ବରାଳ ଏବଂ ସମସ୍ତ ଚାଷୀ ଭାଇମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ସେବା କେନ୍ଦ୍ରରେ ସବୁ ପ୍ରକାର ସରକାରୀ ଯୋଜନା ଗୁଡିକ ଅନ୍‌ଲାଇନ ଅପଡେଟ କରାଯାଉଛି ବୋଲି ମତ ପ୍ରକାଶ ପାଇଥିଲା । ଏହାକୁ ପରିଚାଳନା କରିଥିଲେ ମୋ ସେବା କେନ୍ଦ୍ର ଜିଲ୍ଲା ମୁଖ୍ୟ ବିକାଶ ବରାଡ଼ ଓ ନିଜିଗଡ଼ ତାପଙ୍ଗ ଗ୍ରାମ ପଂଚାୟତର ମୋ ସେବା କେନ୍ଦ୍ରର ମୁଖ୍ୟ ପବିତ୍ର କୁମାର ବରାଳ । ପରିଶେଷରେ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।

Leave A Reply

Your email address will not be published.