oom

ବ୍ରହ୍ମପୁର “ସତ୍ୟାର୍ଥ ହେଲଥ୍‌ ଏଣ୍ଡ ୱେଲ୍‌ନେସ୍‌ ଫାଉଣ୍ଡେସନ୍‌” ତରଫରୁ ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ବ୍ରହ୍ମପୁର “ସତ୍ୟାର୍ଥ ହେଲଥ୍‌ ଏଣ୍ଡ ୱେଲ୍‌ନେସ୍‌ ଫାଉଣ୍ଡେସନ୍‌” ସଂସ୍ଥା ତରଫରୁ ସ୍ଥାନୀୟ ଡ଼ାଇମଣ୍ଡ ଜୁବୁଲି ଟାଉନ୍ ହଲଠାରେ ଆୟୋଜିତ “ସତ୍ୟାର୍ଥ ଏଜ କେୟାର ହୋମ୍” କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଜେଡି ନେତୃବୃନ୍ଦ ତଥା ସଂସ୍ଥାର ନିର୍ଦ୍ଦେଶକ ତଥା ପ୍ରଶିକ୍ଷକ, ପ୍ରଶିକ୍ଷୀକା ତଥା ଡ଼ାକ୍ଟରମାନଙ୍କୁ ତାଙ୍କର ଦିବ୍ୟାଙ୍ଗମାନଙ୍କ ପ୍ରତି ରହିଥିବା ସେବା ମୋନବୃତ୍ତି ପାଇଁ ସମ୍ମାନପତ୍ର ପ୍ରଦାନ କରିବା ସହିତ ଉପସ୍ଥିତ କୁନି କୁନି ଦିବ୍ୟାଙ୍ଗ ତଥା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାନପତ୍ର ଦେଇ ଉତ୍ସାହିତ କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗମାନଙ୍କ ପାଇଁ କରିଥିବା ବହୁ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କିତ ଯୋଜନା ଗୁଡିକ ବିଷୟରେ ଅବଗତ କରାଇବା ସହିତ ରାଜ୍ୟର ସମସ୍ତ ସରକାରୀ ଡ଼ାକ୍ତରଖାନା ତଥା ଭେଷଜ ମହାବିଦ୍ୟାଳୟ ଗୁଡିକରେ ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ରହିଥିବା ଜଣାଇ, ସେସବୁର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.