ବିଦ୍ୟା ହିଁ ବିଦ୍ୟାର୍ଥୀର ସର୍ବଶ୍ରେଷ୍ଠ ସମ୍ପଦ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଦ୍ୟା ହିଁ ବିଦ୍ୟାର୍ଥୀମାନଙ୍କ ସର୍ବଶ୍ରେଷ୍ଠ ସମ୍ପଦ ଏବମ୍ ଏହା ସେମାନଙ୍କୁ ବିବେକୀବନ୍ତ ଓ ବିଚାରବନ୍ତ କରି ଗଢି ତୋଳିବାର ପ୍ରମୁଖ ଆୟୁଧ ଏବଂ ତଦନୁଯାୟୀ ଗୁରୁଜୀ, ଗୁରୁମା, ଅଭିଭାବକବୃନ୍ଦ ସେମାନଙ୍କର ସମ୍ମିଳିତ ଦାୟିତ୍ଵ ଓ କର୍ତ୍ତବ୍ୟ ସୂଚାରୁ ରୂପେ ନିଷ୍ପାଦନ କରି ସୁନ୍ଦର ସମାଜ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରୀ ପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ଅଧୀନ ଥେଣ୍ଟେଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ସୁରମା ପ୍ରଧାନ ଓ ବେନୁପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଆଦର୍ଶ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ସୁରମା ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ାଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ପିପିଲି ଶିକ୍ଷା ଜିଲ୍ଲା ନିରୀକ୍ଷକ ତଥା ଡେ଼ଲାଙ୍ଗର ପୂର୍ବତନ ବିଇଓ, ଶିକ୍ଷୟିତ୍ରୀଙ୍କ ବଡ଼ ଭାଇ ସଚ୍ଚିଦାନନ୍ଦ ପ୍ରଧାନ, ପୂର୍ବତନ ବିଇଓ ନିରଞ୍ଜନ ପାତ୍ର, ବର୍ତ୍ତମାନର ଡେଲାଙ୍ଗ ବିଇଓ ବିନୋଦ ପ୍ରାମାଣିକ, ଏବିଇଓ ଲକ୍ଷ୍ମଣ ପ୍ରଧାନ, ସଞ୍ଜୁକ୍ତା ମିଶ୍ର, ସରପଞ୍ଚ ହିରଣ୍ମୟୀ ମହାପାତ୍ର, ଶିକ୍ଷକ ନେତା ଦିଗମ୍ବର ରଥ, ପ୍ରଶାନ୍ତ ଦାସ, ଶିକ୍ଷାବିତ୍ ନିରଞ୍ଜନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀଧର ପ୍ରଧାନ, ପୂର୍ବତନ ଏବିଇଓ କୃଷ୍ଣଚନ୍ଦ୍ର ଉପାଧ୍ୟାୟ, ସମାଜସେବୀ ଲକ୍ଷ୍ମୀଧର ପାଠୀ, ସିଆର୍‌ସିସି ପବିତ୍ର ପଣ୍ଡା, ଦୟାନିଧି ମାର୍ଥା, ପୂର୍ବତନ ସିଆର୍‌ସିସି ପବିତ୍ର ମୋହନ ଜେନା, ସମାଜସେବୀ ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିକ୍ଷକ ପରିବାରରୁ ଆସିଥିବା ସୁରମା ଦିଦିଙ୍କ ନିର୍ମଳ ଶୈକ୍ଷିକ ଜୀବନର ଅବତରଣ କରି ତାଙ୍କ ସତ୍ କର୍ମନିଷ୍ଠା ଓ ଉତ୍ତମ ସ୍ଵଭାବ ଛାତ୍ରଛାତ୍ରୀ ମାନଙ୍କର ଶ୍ରେୟ ଓ ଧ୍ୟେୟ ହେବା ଉଚିତ୍ ବୋଲି କହିଥିଲେ । ସମାଜ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଉଚିତ୍ ବୋଲି ସଭାରେ ସାର୍ବଜନୀନ ମତ ପ୍ରକାଶ ପାଇଥିଲା । ସମାଜସେବୀ ଶଶିଭୂଷଣ ପଟ୍ଟନାୟକ, ଉଦ୍ ଯୋଗୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ତ୍ରିନାଥ ନାୟକଙ୍କ ମିଳିତ ମଞ୍ଚ ସଂଯୋଜନା ଓ ଗ୍ରାମବାସୀ, କମିଟି ସଭ୍ୟ, ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା । ଅବସରପ୍ରାପ୍ତ ଶିକ୍ଷକ ଡମ୍ବରୁ ଦଳାଇ, ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀ, ଅର୍ଜୁନ ବେହେରା, ସୁରେନ୍ଦ୍ର ନାୟକ, ଶିକ୍ଷୟିତ୍ରୀ ମମତା ପ୍ରଧାନ, ରାଜଲକ୍ଷ୍ମୀ ମିଶ୍ର, ଦ୍ରୌପଦୀ ସ୍ଵାଇଁ, ନଳିନୀ ପାଣି, ସଚଳା ମହାପାତ୍ର, ପ୍ରତିମା ସାହୁ, ସିଆର୍‌ସିସି ଜଗନ୍ନାଥ ପରିଡ଼ା, ଶିକ୍ଷକ ଦେବେନ୍ଦ୍ର ବେହେରା, ଅଭୟ ଚରଣ ସାହୁ, ବିକ୍ରମ କୁମାର ପାତ୍ର, ପ୍ରଣୟ ସ୍ଵାଇଁ, ଲକ୍ଷ୍ମଣ ପୂଜାରୀ, ଫକିର ଦାସ, କମିଟି ସଭାପତି ପ୍ରତାପ ସେନାପତି, ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀ ନବ ମିଶ୍ର, ସତ୍ୟ ମହାପାତ୍ର, ଅନିଲ ପ୍ରଧାନଙ୍କ ସହ ଛାତ୍ରଛାତ୍ରୀ ଲକି, ବାପି, ଆଦ୍ୟାଶା, କମିଟି ସଭ୍ୟ ସଭ୍ୟା, ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀମାନେ ତାଙ୍କର ସୁଗୁଣ ଗାନ ପୂର୍ବକ ତାଙ୍କୁ ମାନପତ୍ର, ଉତ୍ତରୀୟ, ଉପଢୌକନ ଦେଇ ଅଭୂତପୂର୍ବ ସମ୍ବର୍ଦ୍ଧନା ଦେଇଥିଲେ । ପ୍ରକାଶ ଥାଉକି ସେ ପୂର୍ବରୁ ହାକପଡା, ବେଗୁନିଆପଡା, ମୋଟରୀ, ଉଦୟପୁର ଆଦି ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରି ବେଶ୍ ସୁନାମ ଅର୍ଜନ କରିଥିଲେ । ଉତ୍ସବରେ ସୁପୁତ୍ର ଅବିନାଶ ଓସାନ ଭାଇ ବାବୁଙ୍କ ସହ ବନ୍ଧୁ ଓ ପରିବାର ବର୍ଗ ସାମିଲ ହୋଇଥିଲେ । ସେହିପରି ବେନୁପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସନ୍ତୋଷ କୁମାର ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଏଥିରେ ଆମନ୍ତ୍ରିତ ଅତିଥିଭାବେ ଡେଲାଙ୍ଗ ଏବିଇଓ ସୁଷମା ଦାଶ, ଡେ଼ଲାଙ୍ଗ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଭୟ କୁମାର ରାଉତରାୟ ଯୋଗଦେଇ ପ୍ରାରମ୍ଭରୁ ପିଲାମାନଙ୍କ ଆଚ୍ଚରଣ ଶୁଦ୍ଧତା ଓ ନିଷ୍ଠାର ସହ ସୁଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ଓ ପ୍ରଭାତ କୁମାର ମଙ୍ଗରାଜଙ୍କ ସଂଯୋଜନା ଓ ବେନୁପଡା ବିଦ୍ୟାଳୟ ଛାତ୍ରଛାତ୍ରୀ, କମିଟି, ଗୁରୁମା, ଗୁରୁଜୀଙ୍କ ଉଦ୍ୟମରେ ଉତ୍ସବଟି ସୁରୁଖୁରୁରେ ସମାପନ ହୋଇଥିଲା । ସିଆର୍‌ସିସି ଲୋକନାଥ ପ୍ରଧାନ, ପ୍ରଧାନ ଶିକ୍ଷକ କଳିଙ୍ଗ କେଶରୀ ମହାପାତ୍ର, ଅଭୟ ଚରଣ ସାହୁ, ବିଜୟ ମହାପାତ୍ର, ଜ୍ଞାନ ରଞ୍ଜନ ମହାପାତ୍ର, ସୂର୍ଯ୍ୟକାନ୍ତ ନାୟକ, ତୁଷାର ପ୍ରଧାନ, ଦିବାକର ସେଠୀ, ଶିକ୍ଷୟିତ୍ରୀ ବିଣାପାଣି ରାଊତ, ଅନ୍ନପୂର୍ଣ୍ଣା ହରିଚନ୍ଦନ, ଛାତ୍ରୀ ଦେବଜାନୀ ଜୟସିଂହ ଓ ଅନ୍ୟମାନେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଅମାୟିକ ସରଳ ଶ୍ରଦ୍ଧାସିକ୍ତ ବ୍ୟବହାର ସବୁଦିନ ସମସ୍ତଙ୍କର ମନେ ରହିବ ବୋଲି କହିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ବିଣାପାଣି ରାଉତ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.