ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ସରନା ଯୁବକ ସଂଘ ତରଫରୁ ମେଳି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଦ୍ବିତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସରନା ଯୁବକ ସଂଘ ତରଫରୁ କମ୍ପାନୀ ପକ୍ଷରୁ କିପରି ଜମି ହଡପ୍‌ ଓ ଏହା ବିରୁଦ୍ଧରେ ଜନମତ ଉପରେ ଆଧାରିତ ନାଟକ ମେଳି ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ପ୍ରଦୀପ ପଣ୍ଡା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ମେଳି ନାଟକରେ କିପରି ବ୍ୟାଧ ରୂପି କମ୍ପାନୀମାନେ ନିରିହ ମଣିଷର ଜମି ଓ ସୁଖ ସ୍ବାଛନ୍ଦକୁ ବଳି ପକାଇ ନିଜର କମ୍ପାନୀ ବସାଇବାକୁ ଚେଷ୍ଟା, ଏହାର ବିରୋଧ କରି ମେଳି କରାଯାଇ, ସମାଜସେବୀଙ୍କ ମାଧ୍ୟମରେ ସରକାରଙ୍କ ପାଖରେ ଗୁହାରି କରାଯିବା, ତଥାପି ଭିଟାମାଟିରୁ କିଛି ସ୍ଥାନ କମ୍ପାନୀ ଅଧିଗ୍ରହଣ କରିବା, ଶେଷରେ କମ୍ପାନୀ ଧୂଳିସାତ୍‌ ହେବା ହିଁ ନାଟକର ମୂଳକଥା ଥିଲା । ଏହି ନାଟକରେ ସର୍ବଶ୍ରୀ ପ୍ରତାପ, ପ୍ରିୟାଶୁ, ଭାସ୍କର, ଦେବାଶିଷ, ରିଷିତୋଷ, ସୁନିଲ, ଶିବା, ଅଂଶୁନନ୍ଦନ, ଆଦିତ୍ୟ, ପ୍ରତୀକ୍ଷା, ଲିପ୍ସା ପ୍ରମୁଖ ଅଭିନୟ କରିଥିବା ବେଳେ ସୁନିଲ, ପ୍ରତାପ ଓ ଭାସ୍କର ମଞ୍ଚ ସଜ୍ଜାରେ, ରିଷିତେଷ ଓ ଦେବାଶିଷ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଆଜିର ଏହି ନାଟକରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅଜିତ ତିର୍କି ଓ ସମ୍ମାନିତ ଅତିଥି ଭାବେ ମହେନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ସ୍ବାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସଦସ୍ୟ ବିଲୋଚନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ତିର୍କୀ ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଦେବା ସହ ଆର୍‌ଏସ୍‌ପିର ସାହିତ୍ୟ ଓ ସଂସ୍କୃତି ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ନାଟକ ଆମ ଜୀବନର କଥା କୁହେ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମେଶ ମହାନ୍ତି, ସୁମନ ଦତ୍ତ, ପ୍ରଶାନ୍ତ ପତି ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରବୀର କୁମାର ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଶୁଭଶ୍ରୀ ଦାସ ମଞ୍ଚ ସଂଯୋଜନା କରିଥିଲେ । କଲ୍ୟାଣୀ ଦାସ ଓ କ୍ଷୀରୋଦା ବାରିକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.