ls

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷା ଇପଶିବା ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବୃକ୍ଷ ରୋପଣ କରିଥିଲେ । ବନ ମହୋତ୍ସବର ଆଭିମୁଖ୍ୟ ଓ ଚଳିତବର୍ଷର ବିଷୟ ‘ମା’ ପାଇଁ ଗଛଟିଏ’ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ପ୍ର. ମାନସ ବେହେରା, ଅଧ୍ୟାପକ ପ୍ରକାଶ ସୋରେଙ୍ଗ, ଅଧ୍ୟାପିକା ସୋନିଆ ମାଝୀଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ, ସମାଜସେବୀ ତଥା ସାମ୍ବାଦିକ ବିବେକାନନ୍ଦ ଦାସ, କଲେଜର ଛାତ୍ରୀ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପରିବେଶ ସୁରକ୍ଷା ପାଇଁ ମା’ଙ୍କ ନାମରେ ସମସ୍ତେ ଗଛଟିଏ ଲଗାଇବାକୁ ଆହ୍ୱାନ ଦିଆଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ଏକ୍କା ବନ ମହୋତ୍ସବର ଆଭିମୁଖ୍ୟ ସଂପର୍କରେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଗଣ କଲେଜ ପରିସରରେ ବହୁ ସଂଖ୍ୟରେ ଚାରା ରୋପଣ କରିଥିଲେ ।

pc pk
Leave A Reply

Your email address will not be published.